ଫାଇଲ ଗାୟବ ଘଟଣା: କ୍ରାଇମବ୍ରାଞ୍ଚକୁ ମିଳିନାହିଁ ଆବଶ୍ୟକ ତଥ୍ୟ
ଭୁବନେଶ୍ୱର: କନ୍ଧମାଳ ଦଙ୍ଗା ତଦନ୍ତ କମିଶନର ଫାଇଲ ହଜିବା ଘଟଣାରେ ଏଯାଏଁ କ୍ରାଇମବ୍ରାଞ୍ଚକୁ ମିଳିନାହିଁ ମଗାଯାଇଥିବା ତଥ୍ୟ। ଫାଇଲ ଗାୟବ ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ CMO, ମୁଖ୍ୟ ସଚିବ ଓ ଗୃହ ବିଭାଗକୁ ତଥ୍ୟ ଦେବା ପାଇଁ ଚିଠି କରାଯାଇଥିଲା। ହେଲେ ଏଯାଏଁ ଏହି ତିନୋଟି ବିଭାଗରୁ କୌଣସି ଉତ୍ତର ମିଳିନଥିବା ସୂଚନା ମିଳିଛି।କ୍ରାଇମବ୍ରାଞ୍ଚ କାର୍ୟ୍ୟାଳୟ ସୂତ୍ର ଅନୁସାରେ, ତଦନ୍ତକୁ ଆଗକୁ ବଢ଼ାଇବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକଠାରୁ ଆବଶ୍ୟକ ଦସ୍ତାବିଜ ଓ ତଥ୍ୟ ମଗାଯାଇଥିଲା।
କିନ୍ତୁ ଚିଠିର ଉତ୍ତର ଏଯାଏଁ ଆସିନାହିଁ। ଆବଶ୍ୟକ ପଡ଼ିଲେ କ୍ରାଇମବ୍ରାଞ୍ଚ ପୁଣିଥରେ ରିମାଇଣ୍ଡର ଚିଠି ଜାରି କରିପାରେ। ତଦନ୍ତରେ ମିଳୁଥିବା ତଥ୍ୟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।
Powered by Froala Editor