ମହିଳାଙ୍କ ଠାରୁ ସୁନାଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
କର୍ଲାମୁଣ୍ଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅନ୍ତର୍ଗତ ଅବୁଜବାହାଲ-ବଡଡୁଙ୍ଗୁରୀଗୁଡା ରାସ୍ତାର ଭାଲୁଡୁଙ୍ଗୁରୀ ନିକଟରେ ଶନିବାର ଅପରାହ୍ନରେ ଜଣେ ମହିଳାଙ୍କ ଠାରୁ ସୁନାଚେନ୍ ଲକେଟ ଲୁଟ୍ ହୋଇଥିବା ରିଷିଡ଼ା ଫାଣ୍ଡିରେ ଅଭିଯୋଗ ହୋଇଛି।
ସୂଚନାନୁଯାୟୀ, ଉକ୍ତ ମହିଳା ଜଣକ ନିଜ ଦୁଇ ସନ୍ତାନ ଓ ପଡ଼ୋଶୀ ଜଣକ ସହ ତୁଷୁରାରୁ ଏକ ସ୍କୁଟି ଯୋଗେ ନିଜ ବାପଘର ବଡ଼ଡୁଙ୍ଗୁରୀଗୁଡ଼ାକୁ ଆସୁଥିବା ବେଳେ ଏକ ବାଇକ୍ରେ ପଛପଟୁ ତିନିଜଣ ଯୁବକ ଦ୍ରୁତଗତିରେ ଆସି ସେମାନଙ୍କୁ ଠେଲି ଦେଇଥିଲେ। ସେମାନେ ଭାରସାମ୍ୟ ହରାଇ ପଡ଼ିଗଲା ପରେ ମହିଳା ଜଣକ ବେକରେ ପିନ୍ଧିଥିବା ସୁନାଚେନଲକେଟକୁ ସେମାନେ ଝିଙ୍କିନେଇ ସାମ୍ନା ଆଡ଼କୁ ପଳେଇ ଯାଇଥିଲେ। ଖବର ପାଇ ମ.ରାମପୁର ଥାନାଧିକାରୀ ସଂଯୁକ୍ତା ପଧାନ, କର୍ଲାମୁଣ୍ଡା ଫାଣ୍ଡିଧିକାରୀ ନେହେରୁଲାଲ ଶବର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
Powered by Froala Editor