ମହାନଦୀରେ ପ୍ରବାହିତ ହେଉଛି ବନ୍ୟା ଜଳ: ଭୋକ ଉପାସରେ ଦିନ କାଟୁଛନ୍ତି ଧୀବର
ମହାକାଳପଡ଼ା: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାହାକୁଦ ପିତାପାଟ ଗ୍ରାମ ସଂଲଗ୍ନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ ସ୍ଥାନୀୟ ପାରମ୍ପରିକ ମତ୍ସ୍ୟଜୀବୀମାନେ ହାତ ବାନ୍ଧି ବସିଛନ୍ତି। ମହାନଦୀରୁ ମାଛ ଧରି ପରିବାର ପ୍ରତିପୋଷଣ କରୁଥିବା ଧୀବରମାନେ ଦୁର୍ଦ୍ଦଶା ମଧ୍ୟଦେଇ ଗତି କରୁଛନ୍ତି। ମହାନଦୀରେ ବନ୍ୟା ଜଳ ସହ ପ୍ରବଳ ଅନ୍ତସ୍ରୋତ ଯୋଗୁ ମାଛ ଧରିବା ସମ୍ଭବ ହେଉନାହିଁ। ଏଥିସହିତ ବନ୍ୟା ଯୋଗୁ ନଦୀରେ ପ୍ରବେଶ ଉପରେ ପ୍ରଶାସନ କଟକଣା ରହିଛି ବୋଲି ବୋଲି କହିଛନ୍ତି ସହଦେବ ବେହେରା, ନାରାୟଣ ବେହେରା, ଚଗଲି ବେହେରା, ବସନ୍ତ ବେହେରା। ଦୈନିକ ମାଛ ଧରି ୨ରୁ ୩ହଜାର ଟଙ୍କା ରୋଜଗାର କରନ୍ତି ବୋଲି କହିଛନ୍ତି ସ୍ଥାନୀୟ ଧୀବରମାନେ। ହେଲେ ଏବେ ସେମାନେ ଭୋକ ଉପାସରେ ଦିନ କାଟୁଛନ୍ତି ବୋଲି କହିଛନ୍ତି।
Powered by Froala Editor