ଆମ୍ବୁଲାନ୍ସ ଭିତରେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଲେ ଫାର୍ମାସିଷ୍ଟ
ଗୁଣପୁର: ରାୟଗଡ଼ା ଜିଲା ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଯଶୋବନ୍ତ ନାୟକ ମହାନତା ଦେଖାଇ ଜଣେ ପ୍ରସୂତିଙ୍କ ସହ ଶିଶୁକନ୍ୟାର ଜୀବନ ବଞ୍ଚାଇଛନ୍ତି। ରବିବାର ସ୍ଥାନୀୟ ସଟ୍ଟା ଗ୍ରାମରୁ ଗର୍ଭବତୀଙ୍କୁ ଆଣିବା ସମୟରେ ରାସ୍ତାରେ ଯିବା ବେଳେ ପ୍ରସବ ବେଦନା ବଢ଼ି ଯାଇଥିଲା। ଆମ୍ବୁଲାନ୍ସ ଭିତରେ ହିଁ ଫାର୍ମାସିଷ୍ଟ ଜଣକ ନିଜ ଅଭିଜ୍ଞତା ଓ ସାହସରେ ଆଶା ସଞ୍ଜୁ ମାଝୀଙ୍କ ସହାୟତାରେ ସୁରକ୍ଷିତ ଭାବେ ଶିଶୁ କନ୍ୟାର ପ୍ରସବ କରାଇଥିଲେ। ମା’ ଓ ଝିଅ ଉଭୟ ସୁସ୍ଥ ଅଛନ୍ତି। ଏହି ଭଳି ଏକ ମହାନ କାର୍ଯ୍ୟରେ ସହଯୋଗୀ ରବି ଶବର ଓ ଚାଳକ ଏମ୍. ମାଧବ ସହଯୋଗ କରିଥିଲେ।
Powered by Froala Editor