Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, August 10, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ...

  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ ...

  • ବିଗ୍ ବିସ୍ ୨୦ରେ ପ୍ରତିଯୋଗୀ ହେବେନି ଶେୟା

  • ଅମରନାଥ ଯାତ୍ରା ସ୍ଥଗିତ

  • ହଟିବ Google Assistant

  • ଆସାମରେ ବନ୍ୟା ପୀଡ଼ିତଙ୍କୁ ୫୦୦ ଘର ...

  • କୂଅ ପାଣି ହଲଚଲ, ଭୂ-ବିଜ୍ଞାନୀ କହିଲେ ...

  • ଅଲଗା ହେବେନି ସଙ୍ଗୀତା-ବିଜୟ

  • ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ...

  • କେରଳରେ ‘ରାଟ୍ ଫିଭର୍’ ଆତଙ୍କ, ୫୮ ମୃତ

ରାଜ୍ୟ
Home ›› ରାଜ୍ୟ ››ବନ୍ୟା ପ୍ରଭାବରେ ରହିଛି ୧୫୯୧ଟି ଗ୍ରାମ

ବନ୍ୟା ପ୍ରଭାବରେ ରହିଛି ୧୫୯୧ଟି ଗ୍ରାମ

2026-07-30 09:41:32
14793
Share:
Facebook
Twitter
E-Mail
WhatsApp
Telegram
ବନ୍ୟା ପ୍ରଭାବରେ ରହିଛି ୧୫୯୧ଟି ଗ୍ରାମ

ଭୁବନେଶ୍ୱର: ଲଗାଣ ବର୍ଷାଜନିତ ବନ୍ୟା ଯୋଗୁଁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲା ଅଧିକ ପ୍ରଭାବିତ ହୋଇଛି। ବୁଧବାର ଅପରାହ୍ଣ ସୁଦ୍ଧା ଉକ୍ତ ୫ଟି ଜିଲାର ୫୪ଟି ବ୍ଲକ୍, ୩୭୯ଟି ଗ୍ରାମ ପଞ୍ଚାୟତ, ୬ଟି ସହରାଞ୍ଚଳ, ୧୫୯୧ଟି ଗ୍ରାମ ବନ୍ୟା ପ୍ରଭାବରେ ରହିଛି। ୫,୨୬,୬୨୨ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮ହଜାର ୨ଜଣ ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି। ବନ୍ୟା ଦ୍ବାରା ୧୦୬୭ଟି ଘର ଭାଙ୍ଗିଥିବା ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦୁଝର ଜିଲାରେ ବନ୍ୟାରେ ଭାସି ୩ଜଣ ଓ ଭଦ୍ରକ ଜିଲାରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଥିବା ବେଳେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଏସ୍‌ଆରସିଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ବାଲେଶ୍ବର ଜିଲାର ୧୨ଟି ବ୍ଲକ, ୧୫୧ଟି ପଞ୍ଚାୟତ, ୪୧୨ଟି ଗାଁ, ୫ଟି ସହରାଞ୍ଚଳରୁ ୧,୪୫,୮୬୬ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮,୨୩୧ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତରଣ କରାଯାଇଛି। ଏହି ଜିଲାର ବନ୍ୟା ପ୍ରଭାବିତଙ୍କ ପାଇଁ ୧୩୮ଟି ରିଲିଫ୍‌ କ୍ୟାମ୍ପ ଖୋଲାଯାଇଛି। ୨୨,୫୨୯ଜଣ ପ୍ରଭାବିତଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ୬୫୪ଟି ଘର ଭାଙ୍ଗିଛି ଏବଂ ୯ଟି ଗୃହ ପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। ମୟୂରଭଞ୍ଜ ଜିଲାର ୨୧ଟି ବ୍ଲକ, ୩୮ଟି ଗ୍ରାମ ପଞ୍ଚାୟତ, ୪୬ଟି ଗାଁ, ଗୋଟିଏ ସହରାଞ୍ଚଳର ୬ଟି ୱାର୍ଡରୁ ୩୭୭୨ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୨୭ଟି ରିଲିଫ୍‌ କ୍ୟାମ୍ପ ଖୋଲିଛି ଏବଂ ୨୦୫୯ଜଣଙ୍କୁ ରିଲିଫ୍ କ୍ୟାମ୍ପରେ ରଖି ରନ୍ଧାଖାଦ୍ୟ ଦିଆଯାଉଛି। ୧୯୭ଟି ଘର ଭାଙ୍ଗିଥିବା ବେଳେ ୩୭୫୪ହେକ୍ଟର ଚାଷଜମି ପ୍ରଭାବିତ ହୋଇଛି। ୨୨୫ଟି ପଲିଥିନ୍ ଜରି ବଣ୍ଟନ କରାଯାଇଛି। ଭଦ୍ରକର ୫ଟି ବ୍ଲକ, ୭୨ଟି ଗ୍ରାମ ପଞ୍ଚାୟତ, ୩୨୨ଟି ଗାଁର ୩,୩୯,୭୭୦ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୪,୧୮୪ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୯୫ଟି ରିଲିଫ୍ କ୍ୟାମ୍ପ ଖୋଲା ଯାଇଥିବା ବେଳେ ୫୪,୧୮୪ଜଣଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଯାଜପୁରର ୩ଟି ବ୍ଲକ, ୨୮ଟି ଗ୍ରାମ ପଞ୍ଚାୟତ, ୮୪ଟି ଗାଁରୁ ୨୫,୧୯୬ ଲୋକ ପ୍ରଭାବିତ ହୋଇଛନ୍ତି। ୨୦ଟି ବନ୍ୟା ଆଶ୍ରୟସ୍ଥଳରେ ୩୮୦୭ଜଣଙ୍କୁ ରଖାଯାଇଛି। କେନ୍ଦୁଝର ଜିଲାର ୧୩ଟି ବ୍ଲକ, ୯୦ଟି ଗ୍ରାମ ପଞ୍ଚାୟତ, ୭୨୭ଟି ଗାଁର ୧୨୦୧୮ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮୧୫ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ୧୬ଟି ବନ୍ୟା/ବାତ୍ୟା ଆଶ୍ରୟସ୍ଥଳରେ ୪୦୧୩ ପ୍ରଭାବିତଙ୍କୁ ରଖି ରନ୍ଧାଖାଦ୍ୟ ଦିଆଯାଉଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ୨୧୬ଟି ଘର ଭାଙ୍ଗିଥିବା ବେଳେ ୨୧୬ଟି ପଲିଥିନ୍ ଜରି ବଣ୍ଟନ କରାଯାଇଛି। ଉଦ୍ଧାର କାର୍ଯ୍ୟ ନିମନ୍ତେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଏବଂ ସମ୍ବଲପୁର ଜିଲାରେ ୬୦ଟି ଅଗ୍ନିଶମ ଦଳ, ୧୫ ଓଡ୍ରାଫ୍‌ ଏବଂ ୬ ଏନ୍‌ଡିଆର୍‌ଏଫ୍‌ ଦଳ ନିୟୋଜିତ ହୋଇଛନ୍ତି।
ବନ୍ୟା ଉପରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ଏହି ୫ଟି ଜିଲା ବ୍ୟତୀତ୍ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ମାଲକାନଗିରି ଜିଲାର କେତେକ ଅଞ୍ଚଳ ମଧ୍ୟ ବର୍ଷା ଯୋଗୁଁ ଲୋକେ ପ୍ରଭାବିତ ହୋଇଛନ୍ତି। ବୈଠକରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ରାଜ୍ୟର ବନ୍ୟା ପରିସ୍ଥିତି ଉପରେ ରାଜ୍ୟ ସରକାର ଚବିଶ ଘଣ୍ଟିଆ କଡ଼ା ନଜର ରଖିଛନ୍ତି। ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପ୍ରଭାବିତ ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନାନ୍ତର ଲୋକଙ୍କୁ ସ୍ୱଚ୍ଛ ଓ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉ ଥିବାବେଳେ ଆବଶ୍ୟକ ସ୍ଥଳରେ ଶୁଖିଲା ରେସନ ବଣ୍ଟନ କରାଯାଉଛି। ଶିଶୁ, ମହିଳା ଓ ବୟସ୍କଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମହିଳାଙ୍କ ସୁରକ୍ଷା ପାଇଁ ରିଲିଫ କେନ୍ଦ୍ରଗୁଡ଼ିକରେ ମହିଳା ପୁଲିସ କର୍ମଚାରୀଙ୍କୁ ମୁତୟନ କରାଯାଇଛି। ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରାଯାଇଛି। ଜରୁରୀ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ପିଏଚ୍‌ସି) ରେ ଏମବିବିଏସ୍‌ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି। ସମସ୍ତ ନଦୀବନ୍ଧ, ରିଲିଫ କେନ୍ଦ୍ର ଓ ସମ୍ବେଦନଶୀଳ ଅଞ୍ଚଳରେ ପୁଲିସ ପାଟ୍ରୋଲିଂକୁ ବାଧ୍ୟତାମୂଳକ କରାଯାଇଛି। ଜରୁରୀ ଉଦ୍ଧାର କାର୍ଯ୍ୟ ବେଳେ ବିଦ୍ୟୁତ୍ ସ୍ପର୍ଶରେ ଜଣେ ଅଗ୍ନିଶମ ସେବା କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକତା ଅନୁଯାୟୀ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରିବାକୁ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇ ଥିବାବେଳେ ସମସ୍ତ ସରକାରୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟରେ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

Powered by Froala Editor

Tags Flood

Related articles Odisha News Lens 4.1

  • ଅଲଗା ହେବେନି ସଙ୍ଗୀତା-ବିଜୟ
    ମନୋରଞ୍ଜନ

    ଅଲଗା ହେବେନି ସଙ୍ଗୀତା-ବିଜୟ

    14632
    Aug 09, 2026
  • କେରଳରେ ‘ରାଟ୍ ଫିଭର୍’ ଆତଙ୍କ, ୫୮ ମୃତ
    ଦେଶ-ଦେଶାନ୍ତର

    କେରଳରେ ‘ରାଟ୍ ଫିଭର୍’ ଆତଙ୍କ, ୫୮ ମୃତ

    14922
    Aug 08, 2026
  • ହଟିବ Google Assistant
    ଦେଶ-ଦେଶାନ୍ତର

    ହଟିବ Google Assistant

    14725
    Aug 09, 2026
  • ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ...
    ବାଣିଜ୍ୟ

    ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ...

    13935
    Aug 09, 2026
  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ...

    14862
    Aug 09, 2026
  • ଅମରନାଥ ଯାତ୍ରା ସ୍ଥଗିତ
    ଦେଶ-ଦେଶାନ୍ତର

    ଅମରନାଥ ଯାତ୍ରା ସ୍ଥଗିତ

    13864
    Aug 09, 2026
  • ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ...
    ଦେଶ-ଦେଶାନ୍ତର

    ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ...

    14887
    Aug 08, 2026
  • ଆସାମରେ ବନ୍ୟା ପୀଡ଼ିତଙ୍କୁ ୫୦୦ ଘର ଯୋଗାଇଦେବେ ସଲମାନ
    ମନୋରଞ୍ଜନ

    ଆସାମରେ ବନ୍ୟା ପୀଡ଼ିତଙ୍କୁ ୫୦୦ ଘର ଯୋଗାଇଦେବେ ସଲମାନ

    14614
    Aug 09, 2026
  • ବିଗ୍ ବିସ୍ ୨୦ରେ ପ୍ରତିଯୋଗୀ ହେବେନି ଶେୟା
    ମନୋରଞ୍ଜନ

    ବିଗ୍ ବିସ୍ ୨୦ରେ ପ୍ରତିଯୋଗୀ ହେବେନି ଶେୟା

    15269
    Aug 09, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ହଟିବ Google Assistant

    14725
    Aug 09, 2026
  • ଦେଶ-ଦେଶାନ୍ତର

    ୧୨ ରେ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ, ଚନ୍ଦ୍ର ପଛରେ ଲୁଚିଯିବ ସୂର୍ଯ୍ୟ

    14887
    Aug 08, 2026
  • ମନୋରଞ୍ଜନ

    ବିଗ୍ ବିସ୍ ୨୦ରେ ପ୍ରତିଯୋଗୀ ହେବେନି ଶେୟା

    15269
    Aug 09, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17020
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17632
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17682
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18081
    Sep 06, 2023

ବିଶେଷ

  • ଏହି ଉପାୟ ଆପଣାଇଲେ ଘର ଖାଦ୍ୟ ଖାଇବେ ପିଲା

    14137
    Aug 07, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ସୁଖୀ ହୋଇଥାଏ ଦାମ୍ପତ୍ୟ ଜୀବନ

    15814
    Aug 05, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    16230
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    15083
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14575
    Jul 28, 2026

ବାଣିଜ୍ୟ

ଆଶୀର୍ବାଦ ଅଟ୍ଟାର ଗୁଣାତ୍ମକ ପରମ୍ପରା ପୁରୀରେ ରଥ ନିର୍ମାଣକୁ ଜୀବନ୍ତ କରି ଗଢିତୋଳିଲା

ଐତିହ୍ୟ, କାରିଗରୀ ଓ ପ୍ରଯୁକ୍ତି ଜରିଆରେ ଋଥ ନିର୍ମାଣର ଚିରନ୍ତନ ପରମ୍ପରାକୁ ଅନୁଭବ ଓ ପାଳନ କରିବାକୁ ତଲ୍ଲିନକାରୀ ଅନୁଭୂତି ୧୩,୭୫୦ରୁ ଅଧିକ ଭକ୍ତଙ୍କୁ ସମର୍ଥ କରାଇଲା

ପୁରୀ : ଆଇଟିସିର ଆଶୀର୍ବାଦ ଅ ...

  • ବେଦାନ୍ତ ଆଲୁମିନିୟର ପ୍ରକଳ୍ପ ସଙ୍ଗମ କଳାହାଣ୍ଡିରେ ୪୦୦ରୁ ଉର୍ଦ୍ଧ କୃଷକଙ୍କୁ ନିରାପଦ ଏବଂ ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଉପରେ ତାଲିମ ପ୍ରଦାନ କରିଛି

    14862
    Aug 09, 2026
  • ସୁଗନ୍ଧ ଉତ୍କର୍ଷର ୭୭ ବର୍ଷ ପାଳନ କରୁଛି, ସାଇକଲ ପିୟୋର୍‌ ଅଗରବତୀ ଭୁବନେଶ୍ୱରରେ ପାର୍ବଣ କାଳୀନ ନବସୃଜନ ଉନ୍ମୋଚନ କଲା

    14527
    Aug 07, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ପ୍ରକଳ୍ପ ବିଦ୍ୟା ଜରିଆରେ ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଗ୍ରାମୀଣ ଶିକ୍ଷାକୁ ସୁଦୃଢ଼ କରୁଛି

    14153
    Aug 04, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    14445
    Aug 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • କେରଳରେ ‘ରାଟ୍ ଫିଭର୍’ ଆତଙ୍କ, ୫୮ ମୃତ

    14922
    Aug 08, 2026
  • ହଟିବ Google Assistant

    14725
    Aug 09, 2026
  • ଅଲଗା ହେବେନି ସଙ୍ଗୀତା-ବିଜୟ

    14632
    Aug 09, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In