Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Monday, September 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ...

  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି ...

  • ବ୍ରିକ୍ସ ସମ୍ମିଳନୀର ନିରାମିଷ ଖାଦ୍ୟକୁ ...

  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ...

  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ...

  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ...

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ...

  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ...

ରାଜ୍ୟ
Home ›› ରାଜ୍ୟ ››୫ ବିମାନବନ୍ଦରରୁ ଆରମ୍ଭ ହେବ ଉଡାଣ, ୧୧ ଦେଶକୁ ଉଡ଼ିବ ବିମାନ

୫ ବିମାନବନ୍ଦରରୁ ଆରମ୍ଭ ହେବ ଉଡାଣ, ୧୧ ଦେଶକୁ ଉଡ଼ିବ ବିମାନ

2026-07-28 07:18:05
15250
Share:
Facebook
Twitter
E-Mail
WhatsApp
Telegram
୫ ବିମାନବନ୍ଦରରୁ ଆରମ୍ଭ ହେବ ଉଡାଣ, ୧୧ ଦେଶକୁ ଉଡ଼ିବ ବିମାନ

ଭୁବନେଶ୍ବର: ରାଜ୍ୟରେ ୫ଟି ବିମାନବନ୍ଦର କାର୍ଯ୍ୟକ୍ଷମ ଥିବା ବେଳେ ଆଉ ୫ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ ହେବ। ୧୨ଟି ବିମାନବନ୍ଦରରେ ସମ୍ପ୍ରସାରଣ କାର୍ଯ୍ୟ ହାତକୁ ନିଆଯିବା ସହ ୧୧ ଦେଶକୁ ବିମାନ ଉଡ଼ିବ। ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ପାଇଁ ଏମ୍ସ ଭୁବନେଶ୍ବରରେ ଏକ ହେଲିପୋର୍ଟ ନିର୍ମାଣ କରାଯିବ। ବିମାନ ଚଳାଚଳ କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ପାଇଁ ପଥ ଉନ୍ମୁକ୍ତ ହେବାକୁ ଯାଉଛି। ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଓଡ଼ିଶା ବେସାମରିକ ବିମାନ ନୀତି-୨୦୨୬ ଚିଠା ନୀତି ଜାରି କରି ଏପରି ଆଭିମୁଖ୍ୟ ଦର୍ଶାଯାଇଛି।
ଚିଠା ନୀତି ଅନୁସାରେ, ୨୦୨୬-୨୭ ଆର୍ଥିକ ବର୍ଷରେ ବ୍ୟାଙ୍କକ୍, ସିଙ୍ଗାପୁର, କ୍ବାଲାଲମ୍ପୁର, ସିଙ୍ଗାପୁର ଓ କଲ‌େ‌ମ୍ବାକୁ ବିମାନ ଉଡ଼ାଣ ଲକ୍ଷ୍ୟ ରହିଛି। ୨୦୨୭-୨୮ରେ ଦୁବାଇ, ଅବୁଧାବି, ମସ୍କଟ୍, ଢାକା ଏବଂ ୨୦୨୮-୨୯ରେ ହଂକଂ, ଫୁକେଟ, ବାଲି, କାଠମାଣ୍ଡୁକୁ
ବିମାନ ସେବା ଆରମ୍ଭ କରାଯିବ। ଓଡ଼ିଶାରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କମ୍ପାନୀକୁ ବାର୍ଷିକ ୧ କୋଟି ଟଙ୍କାର ବ୍ୟବସାୟ ସହାୟତା, ୩ବର୍ଷ ଯାଏ ସମସ୍ତ ଟିକସ ଛାଡ଼, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ସମନ୍ବୟ ରକ୍ଷାରେ ରାଜ୍ୟ ସରକାର ସହଯୋଗ ପ୍ରଦାନ କରିବେ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ପୁରୀରେ ପ୍ରସ୍ତାବିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଏସବୁ ଦେଶ ସିଧାସଳଖ ସଂଯୋଗ କରିବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ୭୫୦ କିମି ମଧ୍ୟରେ ୧୮୦ ଯାତ୍ରୀ ବିଶିଷ୍ଟ ବିମାନର ପ୍ରତି ରାଉଣ୍ଡ ଟ୍ରିପ୍ ପିଛା ୧୦ ଲକ୍ଷ ଟଙ୍କା ଓ ୭୫୦ କିମିରୁ ଅଧିକ ଦୂରତା ପାଇଁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା (ଭିଜିଏଫ୍‌) ମିଳିବ। ସରକାରଙ୍କ ଅନୁମୋଦନକ୍ରମେ ଏହି ପ୍ରୋତ୍ସାହନ ରାଶିରେ ବୃଦ୍ଧି କରାଯିବ। ଆର୍ଥିକ ପ୍ରୋତ୍ସାହନ ପାଉଥିବା ବିମାନ କମ୍ପାନୀ ମନଇଚ୍ଛା ସେବା ବନ୍ଦ କରିପାରିବେ ନାହିଁ। ଯାତ୍ରୀ ଟିକଟ ମୂଲ୍ୟ ଯେପରି ଅହେତୁକ ବୃଦ୍ଧି ନ ପାଇବ, ତାହା ଏୟାରଲାଇନ୍ସ ସୁନିଶ୍ଚିତ କରିବ।
ଅନ୍ତର୍ଜାତୀୟ ବିମାନ ଓ ହେଲିକପ୍ଟର ଉଡ଼ାଣ ପାଇଁ ସରକାର ଭିତ୍ତିଭୂମି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ବେଳେ ସଡ଼କ ଓ ଜଳପଥରେ ସଂଯୋଗ ପାଇଁ ଗୁରୁତ୍ବ ଦିଆଯିବ। ଏହାଦ୍ବାରା ଆର୍ଥିକ କାରବାରକୁ ସୁବିଧା ମିଳିବ। ଭୁବନେଶ୍ବର ବିମାନବନ୍ଦରରେ ଟର୍ମିନାଲ-୩ ନିର୍ମାଣରେ ରାଜ୍ୟ ସରକାର ସହଯୋଗ ଦେବେ। ସେହିପରି ବିମାନବନ୍ଦରକୁ ସଂଯୋଗ କରୁଥିବା ଏକ୍ସପ୍ରେସ୍‌-ୱେ, ମେଟ୍ରୋ ଓ ବସ୍ ସଂଯୋଗ ରଖାଯିବ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ୫୦୦ ଯାତ୍ରୀ କ୍ଷମତାର ଏକ ଟର୍ମିନାଲ କୋଠା, କାର୍ଗୋ ହବ୍ ନିର୍ମାଣ ସହ ରନ୍‌-ୱେ ସମ୍ପ୍ରସାରଣ କରାଯିବ। କୋରାପୁଟର ଜୟପୁର ଓ କଳାହାଣ୍ଡିର ଉତ୍‌କେଲା ବିମାନବନ୍ଦରକୁ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳ ସହ ଯୋଡ଼ାଯିବ। ଫଳରେ ପର୍ଯ୍ୟଟକଙ୍କ ଆଗମନ ବଢ଼ିବ। ବ୍ରାଉନ୍ ଫିଲ୍ଡ ଏୟାରପୋର୍ଟ ଭାବେ ରାଉରକେଲା ଓ ଅନୁଗୋଳ ବିମାନବନ୍ଦରରେ ଭିତ୍ତିଭୂମି ନିର୍ମାଣ ସହ ବାଣିଜ୍ୟିକ ଉଡ଼ାଣ ଆରମ୍ଭ ହେବ। ଗଞ୍ଜାମର ରଙ୍ଗେଇଲୁଣ୍ଡା ବିମାନ ପଟିକୁ ଉପକୂଳ ପର୍ଯ୍ୟଟନ ଓ ପ୍ରତିରକ୍ଷା ଦୃଷ୍ଟିରୁ ଉପଯୋଗ କରାଯିବ। ଗୋପାଳପୁର, ହୀରାକୁଦରେ ଥିବା ବିମାନ ପଟିର ବିକାଶ କରାଯିବ। ୨୦୨୯ ଡିସେମ୍ବର ସୁଧା ପୁରୀରେ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରହିଛି। ପାରାଦ୍ବୀପରେ ଗ୍ରୀନ୍‌ଫିଲ୍ଡ ବିମାନବନ୍ଦର ପାଇଁ ୨୦୨୭ ସୁଧା ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି କାର୍ଯ୍ୟ ‌ଶେଷ ହେବ।
ମୟୂରଭଞ୍ଜର ଅମର୍ଦ୍ଦାରୋଡ୍‌ ବିମାନପଟି ଓ ଢେଙ୍କାନାଳର ବିମାନପଟି ନିର୍ମାଣ ୨୦୨୯ରେ ଆରମ୍ଭ ହେବ। ମୟୂରଭଞ୍ଜର ଦାଣ୍ଡବୋସ୍, ସମ୍ବଲପୁରର ଜମାଦାରପଲ୍ଲି, ବିମାନପଟି ନିର୍ମାଣ ପାଇଁ ସମୟ ଦିଆଯାଇଛି। କେନ୍ଦୁଝରର ରାଇସୁଆଁ ଓ ବଲାଙ୍ଗୀରର ତୁଷରା ବିମାନପଟି ନିର୍ମାଣ ଜାନୁଆରୀ ୨୦୨୮ରେ ଓ ବରଗଡ଼ର ସତିଭାଟ ୨୦୨୯ରେ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ସହାୟତା ବ୍ୟତୀତ ସାଂସଦ ହାତପାଣ୍ଠି, ଜିଲା ଶିଳ୍ପ ଓ ଖଣିଜ ପାଣ୍ଠିରୁ ଆର୍ଥିକ ସହାୟତା ନିଆଯିବ। ଏହାବ୍ୟତୀତ ବିମାନପଟି ଓ ହେଲିପୋର୍ଟ ନିର୍ମାଣ ତଥା ପରିଚାଳନାରେ ଘରୋଇ ସଂସ୍ଥାକୁ ପୁଞ୍ଜିନିବେଶ ସୁଯୋଗ ମିଳିବ। ୨୦ଟି ଜିଲାରେ ନିର୍ମାଣ ହେବାକୁ ଥିବା ହେଲିପୋର୍ଟଗୁଡ଼ିକ ମୁଖ୍ୟତଃ ଜରୁରୀ କାର୍ଯ୍ୟ, ବାଣିଜ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା ଦୃଷ୍ଟିରୁ ଉପଯୋଗ ହେବ। ସେହିପରି, ଓଡ଼ିଶାରୁ କାର୍ଗୋ (ପଣ୍ୟ) ରପ୍ତାନି ଓ ଆମଦାନୀ ବୃଦ୍ଧି ପାଇଁ ଚିଠା ନୀତିରେ ସ୍ବତନ୍ତ୍ର ପ୍ରାବଧାନ ରହିଛି। ଅପରପକ୍ଷେ ବିମାନ ଚଳାଚଳ କ୍ଷେତ୍ରକୁ ବଳ ଦେବା ପାଇଁ ଏ ଦିଗରେ ପ୍ରଶିକ୍ଷଣ ଦେଇ ଦକ୍ଷ ମାନବସମ୍ବଳ ସୃଷ୍ଟି ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି।

Powered by Froala Editor

Tags Flight

Related articles Odisha News Lens 4.1

  • ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା
    ଦେଶ-ଦେଶାନ୍ତର

    ବ୍ରିକ୍ସ ସମ୍ମିଳନୀରେ ରିଲ୍ସ କରି କନେଷ୍ଟବଳ ହଟହଟା

    14542
    Sep 14, 2026
  • କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ
    ଦେଶ-ଦେଶାନ୍ତର

    କୌଣସି ପରିସ୍ଥିତିରେ ଇରାନକୁ ଅଣୁ ଅସ୍ତ୍ର ହାସଲ କରିବାକୁ ଦିଆଯିବ ନାହିଁ: ଟ୍ରମ୍ପ

    15072
    Sep 13, 2026
  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର
    ଦେଶ-ଦେଶାନ୍ତର

    ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14463
    Sep 12, 2026
  • ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌
    ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    15241
    Sep 12, 2026
  • ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ
    ଦେଶ-ଦେଶାନ୍ତର

    ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସରେ କୁନି ପୁଅ

    14150
    Sep 12, 2026
  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !
    ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14364
    Sep 12, 2026
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ
    ଦେଶ-ଦେଶାନ୍ତର

    ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ

    13868
    Sep 14, 2026
  • ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି
    ଦେଶ-ଦେଶାନ୍ତର

    ବ୍ରିକ୍ସ ଗାଲା ଡିନରରେ ଯୋଗ ଦେଲେନି ଚୀନ୍ ରାଷ୍ଟ୍ରପତି

    13647
    Sep 13, 2026
  • ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ
    ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14406
    Sep 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14364
    Sep 12, 2026
  • ଅପରାଧ

    ୨୫ ଲକ୍ଷ ନୁହେଁ, କୋଟିଏ ଟଙ୍କାରେ ବିକ୍ରି ପାଇଁ ଡିଲ୍‌

    15241
    Sep 12, 2026
  • ଦେଶ-ଦେଶାନ୍ତର

    ଆଜିଠୁ ୨ ଦିନ ଚାଲିବ ୧୮ତମ ବ୍ରିକ୍ସ ସମ୍ମିଳନୀ

    14406
    Sep 12, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17093
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17770
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17761
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18165
    Sep 06, 2023

ବିଶେଷ

  • ବିବାହ ପରେ ଏହି ଦୁଇ ରାଶିର ଲୋକ ହୋଇଯାଆନ୍ତି କୋଟିପତି

    14432
    Sep 11, 2026
  • ଖଜୁରିରେ ଭରି ରହିଛି ଅନେକ ପ୍ରକାର ଉପକାରୀ ଗୁଣ, ଜାଣନ୍ତୁ କ’ଣ ?

    16117
    Sep 09, 2026
  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14653
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13962
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14769
    Aug 31, 2026

ବାଣିଜ୍ୟ

୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

୯ ଅକ୍ଟୋବରରୁ ଆରମ୍ଭ ହେବ ଫ୍ଲିପକାର୍ଟର Big Billion Days Sale । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ସୂଚନା ଅନୁସାରେ, Flipkart Big Billion Days Sale ୨୦୨୬ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇପାରେ। ଜଣେ X ୟୁଜର ଫ୍ଲିପକାର୍ଟ ମୋବାଇଲ୍ ଆପ୍‌ର ଏକ ସ୍କ୍ରିନ୍‌ସଟ୍ ସେୟାର କରିଛନ୍ତି। ଏଥିରେ ବିଗ୍ ...

  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଦ୍ୱାରା ଷଷ୍ଠ ସିଏଲଆଇ ଏକ୍ସପୋ ୨୦୨୬ରେ ପରବର୍ତ୍ତୀ ପିଢ଼ିର ଖଣି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶିତ

    14310
    Sep 09, 2026
  • ସୁନା ଆମଦାନୀ ୩୦ ପ୍ରତିଶତ ହ୍ରାସ

    14076
    Sep 08, 2026
  • କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

    14703
    Sep 08, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    15040
    Sep 06, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୯ ଅକ୍ଟୋବରରୁ ଫ୍ଲିପକାର୍ଟର Big Billion Days Sale !

    14364
    Sep 12, 2026
  • ମେଦିନୀପୁରରେ ଡିଆରଡିଓର ନୂଆ ମିସାଇଲ ଟେଷ୍ଟିଂ ସେଣ୍ଟର

    14463
    Sep 12, 2026
  • ବ୍ରେକ୍‌ଅପ୍ ପରେ ଗାଲଫ୍ରେଣ୍ଡକୁ ଟଙ୍କା ଫେରସ୍ତ ମାଗିଲେ ସିଇଓ

    13868
    Sep 14, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In