ବୃଦ୍ଧି ପାଉଛି ହୀରାକୁଦ ନଦୀବନ୍ଧ: ୧୬ଟି ଫାଟକ ଦେଇ ଚାଲିଛି ଜଳ ନିଷ୍କାସନ
ହୀରାକୁଦ: ପ୍ରବଳ ବର୍ଷା ହେତୁ ହୀରାକୁଦ ନଦୀବନ୍ଧକୁ ଜଳପ୍ରବେଶ ଆଶାତୀତ ଭାବେ ବୃଦ୍ଧି ପାଇଛି। ଦିନକରେ ପ୍ରାୟ ସେକେଣ୍ଡ ପ୍ରତି ୧ଲକ୍ଷ ଘନଫୁଟରୁ ଅଧିକ ଜଳ ନଦୀବନ୍ଧକୁ ପ୍ରବେଶ କରୁଥିବା ହେତୁ ଜଳସ୍ତର ସ୍ଥିର ରଖିବା ପାଇଁ ବର୍ତ୍ତମାନ ୧୬ଟି ଫାଟକ ଦେଇ ଜଳ ନିଷ୍କାସନ କରାଯାଉଛି।
ନଦୀବନ୍ଧକୁ ବୁଧବାର ସନ୍ଧ୍ୟା ୬ଟାରେ ୨ଲକ୍ଷ ୨୬ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ଏହି ସମୟରେ ୧୬ଟି ଫାଟକ ସହିତ କେନାଲ ଓ ପାୱାରକେନାଲ ଆଦି ଜରିଆରେ ଜଳ ନିଷ୍କାସନ କରାଯାଉଛି। ନଦୀବନ୍ଧର ଜଳସ୍ତର ୬୧୪.୨୩ ଫୁଟ ରହିଛି, ଯାହାକି କ୍ରମାନ୍ବୟ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଭଳି ଜଳପ୍ରବେଶ ଜାରି ରହିଲେ ଅଧିକ ଫାଟକ ଖୋଲାଯିବା ଆଶା କରାଯାଉଛି। ଏବେ ମହାନଦୀ ତଳମୁଣ୍ଡ ମୁଣ୍ଡଳୀରେ ୧ଲକ୍ଷ ୯୬ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଥିବା ବେଳେ ହୀରାକୁଦର ନିଷ୍କାସିତ ଜଳ ଶୁକ୍ରବାର ସୁଦ୍ଧା ପହଞ୍ଚିବ ବୋଲି ଆଶା କରାଯାଉଛି।
Powered by Froala Editor