ତାଳଧ୍ବଜ ଓ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା
ପୁରୀ: ଆଡ଼ପ ମଣ୍ଡପରେ ମହାପ୍ରଭୁ ବିରାଜମାନ କରିଥିବା ବେଳେ ହଜାର ହଜାର ଭକ୍ତ ଆଡ଼ପ ଦର୍ଶନ କରୁଛନ୍ତି । ସେପଟେ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଛି। ଗତକାଲି ମହାପ୍ରଭୁଙ୍କ ପାଖରୁ ଆଜ୍ଞା ମାଳ ରଥକୁ ଆସିବା ପରେ ରଥର ଦକ୍ଷିଣ ମୋଡ କରାଯାଇ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ବାରରେ ରଥକୁ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଥମେ ବିଧି ପରମ୍ପରା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ଼ କରାଯାଇ ନାକଚଣା ଦ୍ଵାର ସମ୍ମୁଖରେ ରଖାଯାଇଛି।
ମଙ୍ଗଳବାର ପ୍ରବଳ ବର୍ଷା ହେବାରୁ ତାଳଧ୍ୱଜ ରଥକୁ ନିଆଯାଇ ପାରିନଥିଲା । ଏଣୁ ଆଜି ତାଳଧ୍ୱଜ ରଥ ଓ ନନ୍ଦିଘୋଷ ରଥକୁ ନାକଚଣା ଦ୍ୱାର ସମ୍ମୁଖକୁ ନିଆଯାଉଛି । ଆଉ ଦୁଇ ଦିନ ମହାପ୍ରଭୁ ଆଡ଼ପ ମଣ୍ଡପରେ ଅବସ୍ଥାନ କରିବେ । ଆସନ୍ତାକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ ରହିଛି । ଆସନ୍ତା 24 ତାରିଖ ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ।
Powered by Froala Editor