ଏଣିକି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳରେ ଲେଖାଯିବ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ
ଭୁବନେଶ୍ୱର: ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟଗୁଡ଼ିକର ନାମକୁ ପରିବର୍ତ୍ତନ କରାଯାଇଛି । ଏଣିକି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ବଦଳରେ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ଲେଖାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭାଗ ପକ୍ଷରୁ ଜାରି ହୋଇଥିବା ଚିଠି ନମ୍ବର ୧୯୦୨୧ ଅନୁଯାୟୀ, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁରରେ ରହିଛି । ଏସବୁ ଗୁଡ଼ିକର ନାମ ପୂର୍ବରୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ଭୁବନେଶ୍ୱର, ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ସମ୍ବଲପୁର ଏବଂ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ, ବ୍ରହ୍ମପୁର ଉଲ୍ଲେଖ କରାଯାଉଥିଲା । ଏସବୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ରହିଛି ।
ଏବେ ଆଉ କେବଳ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟ ଉଲ୍ଲେଖ ନହୋଇ ଆଞ୍ଚଳିକ ସ୍କୁଲ ଶିକ୍ଷା ନିର୍ଦ୍ଦେଶାଳୟ ବୋଲି ଉଲ୍ଲେଖ କରାଯିବ । ଏହା ମଧ୍ୟ କୁହାଯାଇଛି ଯେ ସରକାରୀ ରେକର୍ଡ, ବିଜ୍ଞପ୍ତି, ନିର୍ଦ୍ଦେଶନାମା, ନିୟମ, ଅଧିନିୟମ, ମାନୁଆଲ୍ସ, ସର୍ଭିସ୍ ରେକର୍ଡ୍ସ ଆଦି କାର୍ଯ୍ୟାଳୟ ନଥିପତ୍ରରେ ଏହି ନୂଆ ନାମକୁ ସ୍ଥାନିତ କରାଯିବ ।
Powered by Froala Editor