ରାଜ୍ୟପାଳ ଜଣାଇଲେ ରଥଯାତ୍ରା ଶୁଭେଚ୍ଛା
ଭୁବନେଶ୍ବର: ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ଶୁଭେଚ୍ଛା ଜଣାଇଛନ୍ତି ।
ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି କହିଛନ୍ତି, "ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଦିବ୍ୟ ରଥଯାତ୍ରା ଆମ ସମସ୍ତଙ୍କ ମଧ୍ୟରେ ଆସ୍ଥା, ଏକତା, ସମାନତା, ଭାଇଚାରା ଓ ମାନବତାର ମହାନ ଭାବନାକୁ ଆହୁରି ସୁଦୃଢ଼ କରୁ । ମହାପ୍ରଭୁଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁ । ଏହି ପବିତ୍ର ଅବସରରେ ସମସ୍ତଙ୍କର ମଙ୍ଗଳ ପାଇଁ ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା । ଜୟ ଜଗନ୍ନାଥ ।
Powered by Froala Editor