ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ୩୫ଟି ବାଘ ଚିହ୍ନଟ
ବାରିପଦା : ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବିଶ୍ବପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟରେ ମହାରାଷ୍ଟ୍ରରୁ ଅଣାଯାଇଥିବା ଦୁଇ ବାଘୁଣୀ ଜମୁନା ଓ ଜିନ୍ନତକୁ ମିଶାଇ ବାଘସଂଖ୍ୟା ୩୫ରେ ପହଞ୍ଚିଛି। ସମ୍ପ୍ରତି କ୍ୟାମେରା ଟ୍ରାପ୍ ସର୍ବେକ୍ଷଣରେ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ(ଏସଟିଆର)ରେ ୩୫ଟି ବାଘ ଚିହ୍ନଟ ହୋଇଥିବା ନେଇ ଭାରତୀୟ ବନ୍ୟପ୍ରାଣୀ ସଂସ୍ଥାନ (ଡବଲ୍ୟୁଆଇଆଇ)କୁ ସୂଚନା ଦିଆଯାଇଛି।
୨୦୨୨ ସର୍ବଭାରତୀୟ ବାଘ ଗଣନା (ଏଆଇଟିଇ)ରେ ଶିମିଳିପାଳରେ ମାତ୍ର ୧୬ଟି ବାଘ ଥିଲେ। ୨୦୨୩- ୨୪ର ଓଡ଼ିଶା ସରକାରୀ ସର୍ବେକ୍ଷଣରେ ଏହା ୨୭କୁ ବୃଦ୍ଧି ପାଇଥିଲା। ୨୦୨୪ ଡିସେମ୍ବରରୁ ୨୦୨୫ ଜାନୁୟାରୀ ମଧ୍ୟରେ ହୋଇଥିବା ସର୍ବେକ୍ଷଣରେ ୩୨ଟି ବାଘ ଚିହ୍ନଟ ହୋଇଥିଲେ। ଏବେ ଏହା ୩୫କୁ ପହଞ୍ଚିଛି। ଯମୁନା ଓ ଜିନ୍ନତକୁ ମିଶାଇ ମୋଟ ୩୫ଟି ବାଘ ମଧ୍ୟରୁ ୧୭ଟି ଅଣ୍ଡିରା ଓ ୧୮ଟି ମାଈ ରହିଛନ୍ତି।
Powered by Froala Editor