ପ୍ରସ୍ତୁତ ରହିଛିନ୍ତି ତିନି ରଥ, ଆଜି ପହଞ୍ଚିବେ ସିଂହଦ୍ୱାରରେ
ପୁରୀ: ଆଜି ପ୍ରତିପଦା ତଥା ଶ୍ରୀମନ୍ଦିରରେ ଉଭା ଯାତ୍ରା । ରଥଖଳାକୁ ଶ୍ରୀବିଗ୍ରହଙ୍କ ଆଜ୍ଞାମାଳ ବିଜେ ହେବ । ପରେ ସିଂହଦ୍ୱାରରେ ପହଞ୍ଚିବ ତିନି ରଥ । ଏଣୁ ରଥତ୍ରୟକୁ ସୁସଜ୍ଜିତ କରିଛନ୍ତି ନିର୍ମାଣକାରୀ ।
ଉଭା ଯାତ୍ରା ଅବସରରେ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିଲା ପରେ ରଥଖଳାରୁ ତିନିରଥକୁ ଟଣାଯାଇ ସିଂହଦ୍ୱାରଠାରେ ପହଞ୍ଚାଯିବ । ଉଭା ଯାତ୍ରାର ପ୍ରଶାସନିକ ନୀତି ନୀର୍ଘଣ୍ଟ ଅନୁସାରେ ଠାକୁରଙ୍କ ବନକଲାଗି ସାରି ଦତ୍ତ ବାହାରିବା ପରେ ମଙ୍ଗଳ ଆଳତି ବଢ଼ି ଯଥାବିଧି ନୀତି ହୋଇ ଗୋପାଳବଲ୍ଲଭ ଓ ସକାଳ ଧୂପ ଭୋଗ ସମ୍ପନ୍ନ ହେବ । ପୂର୍ବାହ୍ନ ସାଢ଼େ ୧୧ଟାରେ ରଥ ଆଜ୍ଞାମାଳ ରଥଖଳାକୁ ବିଜେ ହେବ । ପରେ ନୀତି ଆଗେଇ ସନ୍ଧ୍ୟା ୬ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବ । ଅଙ୍କୁରାରୋପଣ ସାଢ଼େ ୬ଟାରେ ହୋଇ ପୁନଃ ନୀତି ଆଗେଇ ସାଢ଼େ ୯ଟାରେ ପହୁଡ଼ ଆଳତି ହୋଇ ଶ୍ରୀମୁଖ ଖଣ୍ଡୁଆ ନୀତି ହେବ । ପରେ ବାହୁଟ କଣ୍ଟ ଓ ସେନାପଟା ଲାଗି ୧୦ଟା ୪୫ରୁ ୫ଟା ମଧ୍ୟରେ ହେବାକୁ ପ୍ରଶାସନିକ ସମୟ ଧାର୍ଯ୍ୟ ହୋଇଛି।
Powered by Froala Editor