ହାଇଦର ସହଯୋଗୀ ୟାକୁବ ଗିରଫ

କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର କଟକ ଏସସିବି ମେଡିକାଲକୁ ଚିକିତ୍ସା ଲାଗି ଯାଇ ଗତ ଶନିବାରଠାରୁ ଫେରାର୍ ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ଓଡିଶା ପୋଲିସ ‘ଅପରେସନ ହାଇଦର’ ଜାରି କରି ବିଭିନ୍ନ ସ୍ଥାନରେ ଯାଞ୍ଚ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପତ୍ତା ମିଳିପାରିନି। ଏହାରି ଭିତରେ ତାର ପୁରୁଣା ସହଯୋଗୀ ୟାକୁବ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ମଙ୍ଗଳାବାଗ ଥାନା ପୁଲିସ ତାଙ୍କୁ ଗିରଫ କରିଛି । ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଯାଇଛି। ୟାକୁବ ସୂଚନା ଆଧାରରେ ହାଇଦର ନିକଟରେ ପହଞ୍ଚିବାକୁ ପୋଲିସ ଆରମ୍ଭ କରିଦେଇଛି ଗେମ ପ୍ଲାନ ।
ଅପରପକ୍ଷରେ SCBରୁ ଗ୍ୟାଙ୍ଗଷ୍ଟର ହାଇଦର ଉଭାନ ହେବା ଘଟଣାକୁ ତିନି ଦିନ ବିତିଛି । କିନ୍ତୁ ଏବେ ବି ହାତ ଖାଲି କରି ବସିଛି ଓଡିଶା ପୋଲିସ । ସେପଟେ ଫେରାର ଦିନ କ୍ୟାବିନଟରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀ ମହମ୍ମଦ୍ ମୌସିମ ଏକ ଲିଖିତ ଏତଲା ଥାନାରେ ଦାଏର କରିଛନ୍ତି । ଗତ ୧୦ତାରିଖରେ ହାଇଦର ଫେରାର ହେବା ପରେ ସେହି ଦିନ ରାତିରେ ଦିଆଯାଇଥିବା ଏତଲାରେ କର୍ମଚାରୀ ଜଣକ ଘଟଣା ସଂପର୍କରେ ଉଲ୍ଲେଖ କରିଛନ୍ତି ।
ଏତଲାରେ ଉଲ୍ଲେଖ ରହିଛି, ଫେରାର ଦିନ ହାଇଦରକୁ ଭେଟିବାକୁ ତା’ର ପରିବାର ଓ ସମ୍ପର୍କୀୟ ମାନେ ଆସିଥିଲେ । ଯଥା ପୁଅ, ଭାଇ, ପୁତୁରା,ଶଳା ଓ ସାନ ଜ୍ବାଇଁ ସେଦିନ ଭେଟିବାକୁ ଆସିଥିଲେ । ଠିକ ସେହି ସୟରେ ସଂପର୍କୀୟ ଓ ଅନ୍ୟ ଲୋକମାନେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କନଷ୍ଟେବଳଙ୍କ ଉପରକୁ ଟକ୍ରାନ୍ତ କରି କିଛି ବିଷାକ୍ତ ଜିନିଷ ଉପରକୁ ଫିଙ୍ଗିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ସୁରକ୍ଷାକର୍ମୀ । ସ୍ବତନ୍ତ୍ର ଟିମ୍କରି ରାଜ୍ୟ ପୋଲିସ ଖାନତଲାସି ଚଳାଇଥିବା ବେଳେ ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଯାଇଛି।