ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହି ୩ ଭିଟାମିନ୍

ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ଭିଟାମିନ୍ ଏବଂ ଖଣିଜ ପଦାର୍ଥର ଆବଶ୍ୟକତା ରହିଛି । ଶରୀରରେ ଏହି ସବୁ ଭିଟାମିନ୍ ର ମାତ୍ରା କମ ରହିଲେ ସମଗ୍ର ବ୍ୟବସ୍ଥା ନଷ୍ଟ ହୋଇଯାଏ । ବ୍ୟସ୍ତବହୁଳ ଜୀବନ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ଯୋଗୁଁ ଅଧିକାଂଶ ଲୋକ ଅତ୍ୟାବଶ୍ୟକ ଭିଟାମିନ୍ ଅଭାବରେ ପୀଡିତ ହେଉଛନ୍ତି । ଏହାର ଅଭାବ ଧୀରେ ଧୀରେ ଗମ୍ଭୀର ରୋଗର କାରଣ ହୋଇପାରେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ଭିଟାମିନ୍ ସି, ଭିଟାମିନ୍ ଡି ଏବଂ ଭିଟାମିନ୍ ବି ୧୨ ଆମ ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଯଦି ଶରୀରେ ଏହିସବୁ ଭିଟାମିନର ଅଭାବ ଦେଖାଯାଏ ତେବେ ସ୍ୱାସ୍ଥ୍ୟ ଖରାପ ନିଶ୍ଚିତ । ସମୟ ଥିବା ବେଳେ ଏଥିପ୍ରତି ଦୃଷ୍ଟି ଦେଲେ ଆମ ଶରୀର ସହଜରେ ସନ୍ତୁଳିତ ରହିପାରିବ ।
ବିଶେଷଜ୍ଞଙ୍କ ମତରେ ଆମ ଶରୀର ପାଇଁ ଭିଟାମିନ୍ ଡି ଅତ୍ୟନ୍ତ ଆବଶ୍ୟକ । ଯାହାକି ଆମେ ସୂର୍ଯ୍ୟକିରଣରୁ ପାଇଥାଉ । ଏହା ହାଡକୁ ମଜବୁତ କରେ, ରୋଗ ପ୍ରତିରୋଧକ ଶକ୍ତି ଏବଂ ମନୋଭାବ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଭିଟାମିନ୍ ଡିର ଅଭାବ ହେଲେ ହାଡ ଯନ୍ତ୍ରଣା, ଥକ୍କାପଣ ଏବଂ ଡିପ୍ରେସନ ଭଳି ସମସ୍ୟା ଦେଖାଯାଏ । ପ୍ରତିଦିନ ଅତି କମରେ ୧୫ରୁ ୨୦ ମିନିଟ ସକାଳର ସୂର୍ଯ୍ୟକିରଣ ନିଅନ୍ତୁ । ଅଣ୍ଡା, ମାଛ, କ୍ଷୀର ଏବଂ ଛତୁ ପରି ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ଖାଆନ୍ତୁ । ଯଦି ଏହା ପରେ ମଧ୍ୟ ଭିଟାମିନ୍ ଡି ର ଅଭାବ ଦୂର ହୁଏ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।
Powered by Froala Editor