କୋଚି ବଜାରରେ ଲାଗିଗଲା ନିଆଁ , ୫ ମୃତ

ଇସଲାମାବାଦ: ପାକିସ୍ତାନର ପେଶାୱର ସହରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ସୁଦ୍ଧା ଏହି ଅଗ୍ନିକାଣ୍ଡରେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଦୁଇଜଣ ଅଗ୍ନିଶମ କର୍ମଚାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାତିରେ ଖାଇବର ପଖତୁନଖ୍ୱା ପ୍ରଦେଶର ପେଶାୱର ସହରର କୋଚି ବଜାରର ଏକ ଘନ ଜନବସତି ଅଞ୍ଚଳରେ ଏକ ଘରେ ନିଆଁ ଲାଗିଯାଇଥିଲା।
ଚାହୁଁ ଚାହୁଁ ବିଭିନ୍ନ ଦୋକାନ ଗୃହ ଓ ଆବାସିକ ସ୍ଥଳୀକୁ ଅଗ୍ନିକାଣ୍ଡ ବ୍ୟାପି ଯାଇଥିଲା। ସେଠାକାର ଜରୁରୀକାଳୀନ ସେବା ରିପୋର୍ଟ ଅନୁଯାୟୀ, ସେମାନେ ବିଭିନ୍ନ ବାସଗୃହରୁ ଛଅ ଜଣଙ୍କୁ ଉଦ୍ଧାର କରିଛନ୍ତି, ଯେଉଁମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି।
Powered by Froala Editor