ପ୍ରବଳ ବର୍ଷିବ: ଉପକୂଳ ଜିଲ୍ଲାକୁ ରେଡ୍ ଆଲର୍ଟ
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷିବ । ପୁରୀ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଶିଶୁ ବାଟିକାରୁ ଯୁକ୍ତଦୁଇ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।
ଉପକୂଳ ଜିଲ୍ଲାଗୁଡ଼ିକରେ ସକାଳୁ ଜାରି ରହିଛି ଲଗାଣ ବର୍ଷା । ତଳିଆ ଅଞ୍ଚଳ ହୋଇଛି ଜଳମଗ୍ନ । କଚ୍ଚା ଘରେ ରହୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମତ୍ସ୍ୟଜୀବୀଙ୍କ ସମୁଦ୍ର ବାରଣ କରାଯାଇଛି । ଯେଉଁମାନେ ସମୁଦ୍ରରେ ଅଛନ୍ତି ତୁରନ୍ତ କୂଳକୁ ଫେରି ଆସିବାକୁ କୁହାଯାଇଛି । ଡାକବାଜି ଯନ୍ତ୍ରରେ ଏନେଇ ପ୍ରଚାର କରିଛି ପ୍ରଶାସନ ।
Powered by Froala Editor