୧୦ କେଜି ବାର୍ହା ମାଂସ ସହ ୪ ଶିକାରୀ ଗିରଫ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରୁ ବାର୍ହା ମାଂସ ଜବତ ହୋଇଛି । ବାର୍ହା ଶିକାର ଅଭିଯୋଗରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଶିକାରୀ ମାନେ ହିନ୍ଦୋଳ ଥାନା ଅନ୍ତର୍ଗତ ନୁଆବଗ ଗ୍ରାମର ସନ୍ତୋଷ ବେହେରା, ଓସ୍ତପାଳ ଗ୍ରାମର ଗଙ୍ଗାଧର ପ୍ରଧାନ, କଂଟାପାଳ ଗ୍ରାମର ସୁଶାନ୍ତ ପ୍ରଧାନ ଓ ବାଲିମି ଥାନା ଅନ୍ତର୍ଗତ ଗୁରିଲୋ ଗ୍ରାମର କୁମୁଦ ସାମଲ ବୋଲି ଜଣାପଡିଛି । ତାଙ୍କଠାରୁ ୧୦ କେଜି ବାରହା ମାଂସ, ଚମଡା ଓ ଶିକାରରେ ବ୍ୟବହୃତ ସାମଗ୍ରୀ ଜବତ କରିଛନ୍ତି ହିନ୍ଦୋଳ ବନ କର୍ମଚାରୀ ।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଚଂଳର କଇ ସଂରକ୍ଷିତ ଜଙ୍ଗଲର ଓସ୍ତପାଳ ନିକଟରେ ଅଭିଯୁକ୍ତମାନେ ଜଙ୍ଗଲରୁ ବାରହା ଶିକାର କରି ମାଂସ କାଟି ବିକ୍ରି କରୁଥିଲେ । ଏହି ସମୟରେ ବନକର୍ମଚାରୀ କୈାଣସ ସୁତ୍ରରୁ ଖବର ପାଇ ଅଚାନକ ଚଢାଉ କରିଥିଲେ । ୪ ଜଣ ଶିକାରୀ ବନ କର୍ମଚାରୀଙ୍କ ହାତରେ ଧରାପଡିଥିବା ବେଳେ ୧୦ କେଜି ବାରହା ମାଂସ ଜବତ ହୋଇଛି ।
Powered by Froala Editor