ସମ୍ୱଲପୁର ଜିଲ୍ଲା କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ସମ୍ୱଲପୁର : ସମ୍ୱଲପୁର ଜିଲ୍ଲା କୋର୍ଟକୁ ପୁଣି ବୋମା ଧମକ। ଅଜଣା ଇ-ମେଲ୍ରେ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଆସିଲା ଧମକ। ରେଜିଷ୍ଟ୍ରାରଙ୍କ ପାଖକୁ ଆସିଛି ଧମକପୂର୍ଣ୍ଣ ମେଲ୍। କୋର୍ଟ କ୍ୟାମ୍ପସରେ ପୁଲିସ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ଛାନ୍ଭିନ୍ । କୋର୍ଟ ପରିସର ଖାଲି କରି ତଲାସୀ ଅଭିଯାନ ଜାରି।
ଆଗରୁ ମଧ୍ୟ ତିନି ଥର ସମ୍ବଲପୁର ଜିଲ୍ଲା କୋର୍ଟକୁ ଆସିଥିଲା ବୋମା ଧମକ । ସେହିସମୟରେ କୋର୍ଟ ପରିସରରେ ଛାନ୍ଭିନ୍ ପରେ କୌଣସି ବୋମାର ସୁରାକ ମିଳିନଥିଲା।
Powered by Froala Editor