ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ, ଆଜି ରାଜପ୍ରାସାଦ ବିଜେ ନୀତି
ପୁରୀ: ରାଜବୈଦ୍ୟଙ୍କ ଦଶମୂଳ ଔଷଧ ଲାଗି ପରେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ଆଜି ମହାରାଜାଙ୍କୁ ମହାପ୍ରଭୁ ସୁସ୍ଥ ହୋଇଥିବା ଖବର ଦେବେ ସେବାୟତ । ଆଜି ରାଜପ୍ରାସାଦ ବିଜେ ନୀତି । ଦ୍ଵାଦଶୀ ତିଥି ଅବସରରେ ଏହି ନୀତି ସମାପନ କରିବେ ଦଇତାପତି ସେବାୟତ ।
ଚଳିତ ବର୍ଷ ଦ୍ୱାଦଶୀ କ୍ଷୟ ରହିଛି । ଏଣୁ ତ୍ରୟୋଦଶୀ ତିଥି ରବିବାର ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ । ଅଣସର ପରମ୍ପରା ମୁତାବକ ଏହି ଅବସରରେ ଠାକୁରେ ସୁସ୍ଥ ହୋଇଥିବା ଖବର ଶ୍ରୀନଅରରେ ପହଞ୍ଚିବ । ଘଣ୍ଟ, ଛତା ଓ କାହାଳିର ପଟୁଆରରେ ସେବକ ମାନେ ଯାତ୍ରା କରିବେ । ଆନୁଷ୍ଠାନିକ ଭାବେ ପତିମହାପାତ୍ର ଓ ଦଇତାପତି ସେବାୟତଙ୍କ ସହ ଦେଉଳ କରଣ ଶ୍ରୀନହରକୁ ଯାଇ ଗଜପତି ମହାରାଜାଙ୍କୁ ଏହା ଜଣାଇବେ । ଏହାକୁ ରାଜପ୍ରସାଦ ବିଜେ ନୀତି କୁହାଯାଏ ।
Powered by Froala Editor