Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, October 15, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ...

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ...

  • ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ...

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ...

  • ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ...

  • ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ...

  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ...

  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ...

  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ...

  • କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ...

ରାଜ୍ୟ
Home ›› ରାଜ୍ୟ ››ଲ୍ୟାମ୍ପ୍‌ସରୁ ସାର୍ ପାଇବା ପାଇଁ କ୍ୟୁଆର୍ କୋଡ୍ ସାଜିଛି ପ୍ରତିବନ୍ଧକ

ଲ୍ୟାମ୍ପ୍‌ସରୁ ସାର୍ ପାଇବା ପାଇଁ କ୍ୟୁଆର୍ କୋଡ୍ ସାଜିଛି ପ୍ରତିବନ୍ଧକ

2026-07-12 08:12:53
13591
Share:
Facebook
Twitter
E-Mail
WhatsApp
Telegram
ଲ୍ୟାମ୍ପ୍‌ସରୁ ସାର୍ ପାଇବା ପାଇଁ କ୍ୟୁଆର୍ କୋଡ୍ ସାଜିଛି ପ୍ରତିବନ୍ଧକ

ଭୁବନେଶ୍ୱର: ସାର ନେବାକୁ ଚାହୁଁଛନ୍ତି ତ ମୋବାଇଲ୍ ନେଇ ଆସନ୍ତୁ । ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ ଥିବା ୟୁପିଆଇ୍ କ୍ୟୁଆର୍ କୋଡ୍‌ରେ ସ୍କାନ୍ କରି ଟଙ୍କା ଜମା କଲେ ଯାଇ ଚାଷୀଙ୍କୁ ମିଳିବସାର । ନଗଦ ଟଙ୍କା ଦେଇ ନେଇପାରିବେନି ସାର । ଏଭଳି କଟକଣା ପରେ ମୋବାଇଲ୍ ନଥିବା ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଲେଣି । କେମିତି କିଣିବେ ସାର, ସେ ନେଇ ଚିନ୍ତାରେ ପଡ଼ିଲେଣି ।ତେବେ ମିଳିଥିବା ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲାଗୁଡ଼ିକର ଲ୍ୟାମ୍ପ୍‌ସ ଗୁଡିକରେ କ୍ୟୁଆର୍ କୋଡ୍‌ରେ ଚାଷୀ ଟଙ୍କା ଜମା କଲେ ସାର ମିଳିବ କହି ଚାଷୀଙ୍କୁ ଫେରାଇ ଦିଆଯାଉଛି । ଜିଲ୍ଲାରେ ଅଧିକାଂଶ ଲ୍ୟାମ୍ପ୍‌ସ ରେ ଚାଷୀଙ୍କୁ ସାର୍ ମିଳିପାରୁନି । ଗତ ଦିଶା ବୈଠକରେ ସାଂସଦ ବଳଭଦ୍ର ମାଝୀ ଏଣ୍ଡ୍ରୋଏଡ୍ ମୋବାଇଲ୍ ଫୋନ୍ ନ ଥିବା ଚାଷୀ କେମିତି କ୍ୟୁଆର୍ କୋଡ୍‌ରେ ଟଙ୍କା ଜମା କରିବେ ବୋଲି ପ୍ରଶ୍ନ କରିଥିଲେ । ତେବେ ଏଭଳି ଅବସ୍ଥା କେବଳ ନବରଙ୍ଗପୁର ଜିଲ୍ଲାରେ ନୁହଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଚାଷୀମାନେ ସାର ପାଇବା ପାଇଁ ଚିନ୍ତାରେ ପଡ଼ିଲେଣି । ଏଭଳି ଅବସ୍ଥା ସାରା ରାଜ୍ୟରେ ଦେଖିବାକୁ ମିଳିଥିବା ବେଳେ ଝାରସୁଗୁଡ଼ା ଓ କନ୍ଧମାଳ ଜିଲ୍ଲାରେ ଏଗ୍ରିଷ୍ଟାକ୍ ଆଧାରିତ ସାର ବିତରଣ କରାଯାଉଛି । ଏହି ଦୁଇ ଜିଲ୍ଲାରେ ସାର କିଣିବା ପୂର୍ବରୁ ଚାଷୀଙ୍କୁ ମୋବାଇଲ୍‌ର ଗୁଗୁଲ୍ ପ୍ଲେ ଷ୍ଟୋରରୁ ଫ୍ରେମୱାର୍କ ଫର ଫର୍ଟିଲାଇଜର୍ ସେଲ୍ ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ । ପରେ ସାର ଦୋକାନ ଓ କେଉଁ ସାର କିଣିବେ ତାହା ଚୟନ କରିବାକୁ ହେବ । ଆବେଦନ ପରେ ଏକ କ୍ୟୁଆର୍ କୋଡ୍ କିମ୍ବା ଟୋକନ୍ ପାଇବେ । ଯାହା ମାତ୍ର ଦୁଇ ଦିନ ପାଇଁ ବୈଧ ରହିବ । ତେବେ ଏହି ଦୁଇ ଜିଲ୍ଲାରେ ଯେଉଁ ଚାଷୀଙ୍କର ମୋବାଇଲ୍ ନଥିବ, ସେମାନେ କିଭଳି ସାର ପାଇବେ ତାହା ସ୍ପଷ୍ଟ କରାଯାଇନି । ନବରଙ୍ଗପୁର ଜିଲ୍ଲାର ଲ୍ୟାମ୍ପ୍ସରେ କ୍ୟାସ୍ ସେଲ୍ ମଧ୍ୟ କ୍ୟୁଆର୍ କୋଡ୍‌ରେ ହିଁ ଟଙ୍କା ଜମା କଲେ ଯାଇ ଚାଷୀଙ୍କୁ ସାର୍ ମିଳୁଛି । ତେଣୁ ଶୁକ୍ରବାର ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ କୋଷାଗୁମୁଡ଼ାର ଲ୍ୟାମ୍ପ୍ସ ଗସ୍ତ କରି ଚାଷୀଙ୍କ ସମସ୍ୟା ବୁଝିଥିଲେ । ଚାଷୀଙ୍କୁ ନଗଦରେ ସାର୍ ବିକ୍ରି ଲାଗି ଲ୍ୟାମ୍ପ୍‌ସ ଗୁଡ଼ିକୁ ଚିଠି କରିବାକୁ ନବରଙ୍ଗପୁର ଡିଆର୍‌ସିଏସ୍ ଶରତ ଚନ୍ଦ୍ର ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଡିଆର୍‌ସିଏସ୍ ଚିଠି କରାଯିବ କହି ଶନିବାର ଛୁଟିରେ ଗାଁକୁ ଯାଇଛନ୍ତି । ଫଳରେ ମୋବାଇଲ ଫୋନ୍ ନ ଥିବା ଛୋଟ ଓ ମଧ୍ୟମ ଚାଷୀ ସାର୍ ପାଇଁ ଲ୍ୟାମ୍ପସକୁ ଧାଇଁ ନୟାନ୍ତ ହେଉଛନ୍ତି । ବିଶେଷ କରି ଜୁଲାଇ ମାସ ଚାଷୀଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ମାସ । ସାର୍ ନ ପାଇଲେ ଫସଲ ଅମଳ ବାଧାପ୍ରାପ୍ତ ହେବ । ଗୋଟିଏ ପଟେ ଲ୍ୟାମ୍ପ୍ସରେ ଦୁର୍ନୀତି ରୋକିବା ସହ ସାର୍ ବିକ୍ରି ରେ ସ୍ୱଚ୍ଛତା ଆଣିବାକୁ ବିଭାଗ ପକ୍ଷରୁ ଚାଷୀଙ୍କଠାରୁ ୟୁପିଆଇ କ୍ୟୁଆର୍ କୋଡ଼ରେ ଟଙ୍କା ନେଇ ସାର୍ ଦେବାକୁ ଲ୍ୟାମ୍ପ୍ସକୁ ନିର୍ଦ୍ଦେଶ ଜାରି କରାଯାଇଛି।
ଏଣୁ ଲ୍ୟାମ୍ପ୍‌ସ ଗୁଡ଼ିକ ବିନା କ୍ୟୁଆର୍ କୋଡରେ କୌଣସି ଚାଷୀଙ୍କୁ ସାର୍ ଦେବାକୁ ସାହସ କରୁନାହାନ୍ତି । ଫଳରେ ଏବେ ଲ୍ୟାମ୍ପ୍‌ସରୁ ସାର୍ ପାଇବା ଚାଷୀଙ୍କ ପାଇଁ କ୍ୟୁଆର୍ କୋଡ୍ ପ୍ରତିବନ୍ଧକ ସାଜିଛି । କାରଣ ସବୁ ଚାଷୀଙ୍କ ପାଖରେ ସ୍ମାର୍ଟ ଫୋନ୍ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି । ଏହି ଜିଲ୍ଲାରେ ଖରିଫ୍ ଋତୁ ପାଇଁ ୫୩ ହଜାର ୮୦୦ ମେଟ୍ରିକ୍ ଟନ୍ ୟୁରିଆ ଆବଶ୍ୟକ । ହେଲେ ବର୍ତ୍ତମାନ ସୁଦ୍ଧା ୩୧ ହଜାର ମେଟ୍ରିକ୍ ଟନ୍ ସାର ଜିଲ୍ଲାକୁ ଆସିଛି । ଏବେ ସୁଦ୍ଧା ୧୫ ହଜାର ୧୦୦ ମେଟ୍ରିକ୍ ଟନ୍ ୟୁରିଆ ଚାଷୀଙ୍କୁ ବିକ୍ରି ହୋଇଥିବା ଜିଲ୍ଲା କୃଷି ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲାର ସିଂହଭାଗ ଚାଷୀଙ୍କୁ ଆବଶ୍ୟକ ୟୁରିଆ ମିଳିନି। ଏଣୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Powered by Froala Editor

Tags Fertilizer

Related articles Odisha News Lens 4.1

  • କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...
    ବାଣିଜ୍ୟ

    କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ...

    14123
    Oct 15, 2026
  • ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ
    ଦେଶ-ଦେଶାନ୍ତର

    ଜୟପୁର ବିମାନବନ୍ଦରରେ ହାଇଜାକ୍ ଆଲର୍ଟ: ଜରୁରୀକାଳୀନ ଅବତରଣ କଲା ଏୟାର ଇଣ୍ଡିଆ ବିମାନ

    15749
    Oct 14, 2026
  •  ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ...

    15272
    Oct 15, 2026
  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ
    ଦେଶ-ଦେଶାନ୍ତର

    ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ

    15075
    Oct 14, 2026
  • ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ
    ଅପରାଧ

    ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

    15315
    Oct 15, 2026
  • ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ...
    ଦେଶ-ଦେଶାନ୍ତର

    ମନ୍ତ୍ରୀ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଲେ ସଂସଦୀୟ ବ୍ୟାପାର ...

    13697
    Oct 14, 2026
  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି
    ଦେଶ-ଦେଶାନ୍ତର

    ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13625
    Oct 15, 2026
  •  ଇମ୍ରାନ ଖାନଙ୍କୁ  ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ
    ଦେଶ-ଦେଶାନ୍ତର

    ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧା ଭାରତ ଛାଡିବାକୁ ନିର୍ଦ୍ଦେଶ

    14444
    Oct 15, 2026
  • କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର
    ଦେଶ-ଦେଶାନ୍ତର

    କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର

    14015
    Oct 14, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କେନ୍ଦୁଝରରେ ଡିଜାଷ୍ଟର ରିକଭରି ଡାଟା ସେଣ୍ଟର ପ୍ରସ୍ତାବକୁ କ୍ୟାବିନେଟ ମୋହର

    14015
    Oct 14, 2026
  • ଦେଶ-ଦେଶାନ୍ତର

    ଦୀପାବଳି ଉପହାର : ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ୍

    15039
    Oct 15, 2026
  • ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର ଶେଷ ହୋଇଯାଏ

    15272
    Oct 15, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17183
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17876
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17826
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18246
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14599
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14704
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15708
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14383
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16117
    Sep 23, 2026

ବାଣିଜ୍ୟ

କଳାହାଣ୍ଡି ଓ ରାୟଗଡ଼ାରେ ନିର୍ଭରଯୋଗ୍ୟ ଆଲୋକ ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ବେଦାନ୍ତ ଆଲୁମିନିୟମ୍ ଦ୍ୱାରା ସୌର ଭିତ୍ତିଭୂମି ସ୍ଥାପନ

ଅନେକ ଗ୍ରାମରେ ସୌର ଶକ୍ତି ଚାଳିତ ପାନୀୟ ଜଳ ସୁବିଧା ସହିତ କଳାହାଣ୍ଡି ଏବଂ ରାୟଗଡ଼ାରେ ୧୪୬ରୁ ଅଧିକ ସୌର ଶକ୍ତି ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲଗାଯାଇଛି

ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପା ...

  • BSE ସେନ୍‌ସେକ୍ସ ୧୧୦୯ ପଏଣ୍ଟ ବଢ଼ିଲା

    13835
    Oct 14, 2026
  • ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

    15100
    Oct 09, 2026
  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15806
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15040
    Oct 08, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୧ ବର୍ଷର ସମ୍ପର୍କ ଭାଙ୍ଗି ଚାଲିଗଲା ଷ୍ଟେଫି

    13625
    Oct 15, 2026
  • ଗଙ୍ଗା ନଦୀରେ ବୁଡ଼ିଲା ଡଙ୍ଗା, ଚାଲିଗଲା 14 ଜୀବନ

    15075
    Oct 14, 2026
  • ମିରଟ୍ ବ୍ଲୁ ଡ୍ରମ୍ ହତ୍ୟା ମାମଲା: ମୁସ୍କାନ ରସ୍ତୋଗୀ ଓ ପ୍ରେମିକଙ୍କୁ ମୃତ୍ୟୁଦଣ୍ଡ

    15315
    Oct 15, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In