ଚାକିରିରୁ ଇସ୍ତଫା ଦେଲେ IPS ଅଫିସର
ଭୁବନେଶ୍ୱର: ଏବେ ଓଡ଼ିଶା କ୍ୟାଡରର ଆଉ ଜଣେ ଯୁବ IPS ଅଫିସର ଚାକିରିରୁ ଇସ୍ତଫା ଦେଇଛନ୍ତି। ଚାକିରିରେ ଯୋଗଦେବାର ପ୍ରାୟ ଦୁଇ ବର୍ଷ ନପୁରୁଣୁ ସେ ନିଜ ପଦରୁ ଇସ୍ତଫା ଦେବା ପ୍ରଶାସନିକ ସ୍ତରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।
ଏହି ଯୁବ ଅଫିସର ଜଣକ ହେଲେ ୨୦୨୫ ବ୍ୟାଚର IPS ସିଏ ରାମଦାସ । ମହାରାଷ୍ଟ୍ରର ବାସିନ୍ଦା ଅଭିଜିତ ସିଭିଲ ସର୍ଭିସେସ ପରୀକ୍ଷାରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୋଲିସ ଏକାଡେମୀ (SVPNPA)ରେ ତାଲିମ ନେଉଥିଲେ। ମିଳିଥିବା ସୂଚନା ଅନୁଯାୟୀ, ତାଲିମ ସରିବା ପୂର୍ବରୁ ହିଁ ସେ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
Powered by Froala Editor