ପ୍ରକାଶ ପାଇଲା ୨ବର୍ଷିଆ ବି.ଏଡ୍, ଏମ୍.ଏଡ୍. ପ୍ରବେଶିକା ପରୀକ୍ଷାଫଳ
ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ଦୁଇ ବର୍ଷିଆ ବି.ଏଡ୍., ଏମ୍.ଏଡ୍. ଏବଂ ବି.ଏଚ୍.ଏଡ୍. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ଛାତ୍ରୀଛାତ୍ରମାନେ ସାମ୍ସ ପୋର୍ଟାଲରୁ ରେଜଲ୍ଟ ଦେଖି ପାରିବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ରାଜ୍ୟର ୩୧ଟି ଶିକ୍ଷକ ଶିକ୍ଷା ଅନୁଷ୍ଠାନରେ ବି.ଏଡ୍. ପାଇଁ ୨୪୫୦, ଏମ୍.ଏଡ୍. ପାଇଁ ୩୦୦ ଏବଂ ବି.ଏଚ୍.ଏଡ୍. ପାଠ୍ୟକ୍ରମ ପାଇଁ ୫୦ଟି ସିଟ ରହିଛି। ତେବେ ବି.ଏଡ୍. ପ୍ରବେଶିକା ପରୀକ୍ଷା ପାଇଁ ୧,୦୯,୮୭୩ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ ୯୮,୧୭୦ ଜଣ ପରୀକ୍ଷା ଦେଇଥିଲେ। ଏମ୍.ଏଡ୍. ପ୍ରବେଶିକା ପରୀକ୍ଷା ପାଇଁ ୧,୭୮୮ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୧,୩୧୮ଜଣ ପରୀକ୍ଷା ଦେଇଥିଲେ। ବି.ଏଚ୍.ଏଡ୍. ପ୍ରବେଶିକା ପରୀକ୍ଷା ପାଇଁ ୧,୮୭୯ ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବା ବେଳେ ୧,୫୪୨ ଜଣ ପରୀକ୍ଷା ଦେଇଥିଲେ। ଚୂଡାନ୍ତ ପ୍ରବେଶିକା ପରୀକ୍ଷା ମାର୍କ ଆଧାରରେ ନାମଲେଖା ହେବ ବୋଲି ସୂଚନା ଦିଆଯାଇଛି।
Powered by Froala Editor