ଜେଲ୍ ଯିବେ ରାଜପାଲ ଯାଦବ
ବଲିଉଡ ଅଭିନେତା ରାଜପାଲ ଯାଦବ ଚେକ୍-ବାଉନ୍ସ ମାମଲାରେ ଏବେ ପୁଣି ଥରେ ଜେଲ ଯିବେ। ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ୭ଟି ମାମଲାରେ ତାଙ୍କ ଦୋଷୀ ସାବ୍ୟସ୍ତ ଏବଂ ଦଣ୍ଡକୁ ବଜାୟ ରଖିଛନ୍ତି। ତାଙ୍କୁ ଏବେ ପୁଣି ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ହାଇକୋର୍ଟ କହିଛନ୍ତି, ତାଙ୍କୁ ଅନେକ ସୁଯୋଗ ଦିଆଯାଇଛି, କିନ୍ତୁ ସେ ତାହା ପାଳନ କରିନାହାନ୍ତି।
ବିଚାରପତି ସ୍ୱର୍ଣ୍ଣ କାନ୍ତ ଶର୍ମାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଅଭିନେତା ରାଜପାଲ ଯାଦବଙ୍କ ଦ୍ୱାରା ତଳ କୋର୍ଟର ରାୟକୁ ଚ୍ୟାଲେଞ୍ଜ କରି ଦାଖଲ କରାଯାଇଥିବା ଆବେଦନକୁ ଖାରଜ କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ବିଚାରପତି ଶର୍ମା ଉଲ୍ଲେଖ କରିଛନ୍ତି ଯେ ରାଜପାଲ ଯାଦବଙ୍କୁ କୋର୍ଟରେ ଦାଖଲ କରିଥିବା ପ୍ରତିଶ୍ରୁତିକୁ ସମ୍ମାନ ଦେବା ପାଇଁ ଅନେକ ସୁଯୋଗ ଦିଆଯାଇଥିଲା କିନ୍ତୁ ବାରମ୍ବାର ସୁଯୋଗ ସତ୍ତ୍ୱେ ସେ ତାହା କରିବାରେ ବିଫଳ ହୋଇଥିଲେ।
ରାଜପାଲ ଯାଦବଙ୍କୁ କୋର୍ଟରେ ଦିଆଯାଇଥିବା ତାଙ୍କ ପ୍ରତିଶ୍ରୁତି ପାଳନ କରିବା ପାଇଁ ଅନେକ ସୁଯୋଗ ଦିଆଯାଇଥିଲା, କିନ୍ତୁ ବାରମ୍ବାର ସୁଯୋଗ ସତ୍ତ୍ୱେ ସେ ପାଳନ କରିବାରେ ବିଫଳ ହୋଇଥିଲେ। କୋର୍ଟ ପ୍ରତ୍ୟେକ ମାମଲା ପିଛା ୧.୦୫ କୋଟି ଜରିମାନା ଲାଗୁ କରିଛନ୍ତି। ଫଳରେ ସମସ୍ତ ସାତଟି ମାମଲାରେ ମୋଟ ଜରିମାନା ୭.୩୫ କୋଟି ଲାଗୁ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ମାମଲାରେ, ଅଭିଯୋଗକାରୀଙ୍କୁ ୧ କୋଟି ୪ ଲକ୍ଷ ୭୫ ଲକ୍ଷ ପାଇବାକୁ ଥିବା ବେଳେ ରାଜ୍ୟକୁ ୨୫,୦୦୦ ଟଙ୍କା ଦିଆଯିବ।
Powered by Froala Editor