ଦେଢ ବର୍ଷର ଶିଶୁକୁ କଚାଡି ମାରିଥିବା ଅଭିଯୁକ୍ତକୁ ଫାଶୀ
ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲା କୋର୍ଟ ନ୍ୟାୟ ବ୍ୟବସ୍ଥାର ଏଭଳି ଏକ ସର୍ବୋତ୍ତମ ଉଦାହରଣ ସୃଷ୍ଟି କରିଛି ଯାହା ଅପରାଧୀଙ୍କ ହୃଦୟରେ ଭୟ ସୃଷ୍ଟି କରିଛି। ଜିଲ୍ଲା ଜଜ୍ ଶିକୋହାବାଦର ଯାଦବ କଲୋନୀରେ ଦେଢ଼ ବର୍ଷର ଶିଶୁ ଆରବକୁ ନିର୍ମମ ଭାବରେ ହତ୍ୟା କରିଥିବା କଂସେଇ ବିରାଜ ଓରଫ ଜିତେନ୍ଦ୍ର ପାଠକଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି।
ଉତ୍ତରପ୍ରଦେଶ ସିରସାଗଞ୍ଜ ତହସିଲର ବଦାୟୁଁର ଶେଖୁପୁରା ଗାଁରେ ନିଜ ସମ୍ପର୍କୀୟା ଭାଉଜ ସୁମିତଙ୍କୁ ପ୍ରେମ ନିବେଦନ କରୁଥିଲେ ଦିଅର ବିରାଜ ପାଠକ। ହେଲେ ମନା କରିବାରୁ ପ୍ରତିଶୋଧିତ ପରାୟଣା ହୋଇପଡ଼ିଥିଲେ ବିରାଜ। ଦେଢ଼ ବର୍ଷର ପୁଅ ଯୋଗୁଁ ବିବାହ ପାଇଁ ସୁମିତ ରାଜି ହେଉନଥିବା ବିରାଜ ସନ୍ଦେହ କରୁଥିଲେ।
ତେଣୁ ମେ’ ୩୦ ତାରିଖରେ ସେ ଚକୋଲେଟ୍ ଦେବା ବାହାନାରେ ଛୁଆକୁ ଡାକି ନେଇଥିଲା। ଫାଙ୍କା ସ୍ଥାନ ଦେଖି ଶିଶୁ ପୁତ୍ରକୁ ୮ ଥର ମାଟିରେ କଚାଡ଼ି ଦେଇଥିଲା ବିରାଜ। ପରିବାର ଲୋକେ ଏ ସମ୍ପର୍କରେ ଜାଣିପାରି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିଶୁ ପୁତ୍ରକୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ, ଫିରୋଜାବାଦ ପୋଲିସ ଅତ୍ୟନ୍ତ ସମ୍ବେଦନଶୀଳତା ଏବଂ ଦ୍ରୁତଗତିରେ କାର୍ଯ୍ୟ କରିଥିଲା। ଘଟଣାର ମାତ୍ର ଛଅ ଦିନ ମଧ୍ୟରେ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା। ୧୩ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଏବଂ କୋର୍ଟରେ ଉପସ୍ଥାପିତ ଦୃଢ଼ ବୈଜ୍ଞାନିକ ପ୍ରମାଣକୁ ଆଧାର କରି, ଜିଲ୍ଲା ଏବଂ ସେସନ୍ସ ଜଜ୍ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦେଇଥିଲେ।
Powered by Froala Editor