ଓୟୁଏଟିରେ ଅନୁମତି ପତ୍ର ବାଣ୍ଟିଲେ ଉପରାଷ୍ଟ୍ରପତି
ଭୁବନେଶ୍ୱର : ଓଡିଶା ଗସ୍ତରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ। ଓୟୁଏଟି ପରିସରରେ ଆୟୋଜିତ ଡିପ୍ ସି’ ଫିସିଂ ମିଶନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଓୟୁଏଟିର କୃଷି ଶିକ୍ଷା ସଦନରେ ସମୁଦ୍ରରେ ମତ୍ସ୍ୟଚାଷର ସ୍ଥାୟୀ ଉପଯୋଗ ପାଇଁ ପ୍ରାଧିକରଣ ପତ୍ରର ଜାତୀୟ ଉନ୍ମୋଚନ ଅବସରରେ ଯୋଗ ଦେଇ ଗଭୀର ସମୁଦ୍ରରେ ମତ୍ସ୍ୟଚାଷ ପାଇଁ ମସ୍ୟଜୀବୀଙ୍କୁ ଅନୁମତି ପତ୍ର ବାଣ୍ଟିଛନ୍ତି।
ଆଜି ଉପରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ଏହି ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପତି,କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୁଲିସ ଡିଜି ୱାଇ ବି ଖୁରାନିଆ ଉପସ୍ଥିତ ଥିଲେ।
Powered by Froala Editor