ଅବପାତର ରୂପ ନେଲା ଲଘୁଚାପ, ୨୪ ଘଣ୍ଟାରେ ଓଡ଼ିଶା ଉପକୂଳ ଅତିକ୍ରମ ସମ୍ଭାବନା
ଭୁବନେଶ୍ୱର:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଅବପାତର ରୂପ ନେଇଛି। ବର୍ତ୍ତମାନ ଅବପାତଟି ବାଲେଶ୍ୱରର ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରୁ ପ୍ରାୟ ୫୦ କିଲୋମିଟର ଏବଂ ଚାନ୍ଦବାଲିର ଉତ୍ତରପୂର୍ବ ଦିଗରୁ ପ୍ରାୟ ୬୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଅବପାତଟି ବର୍ତ୍ତମାନ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ପ୍ରାଥମିକ ଆକଳନ ଅନୁସାରେ, ଅବପାତଟି ଚାନ୍ଦବାଲି ଓ ଦିଘା ମଧ୍ୟରେ ବାଲେଶ୍ୱର ନିକଟ ଦେଇ ଉପକୂଳ ଅତିକ୍ରମ କରିପାରେ। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା, ଝଡ଼ୋ ପବନ ଓ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି।
Powered by Froala Editor