ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ: ଗଣଶିକ୍ଷା ବିଭାଗ ସଚିବ
ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ଥିରୁମାଲା ନାୟକ ସ୍ପଷ୍ଟ କରିଛନ୍ତି। ପାଠ୍ୟପୁସ୍ତକରେ ଚିହ୍ନଟ ହୋଇଥିବା ତ୍ରୁଟିଗୁଡ଼ିକର ସମୀକ୍ଷା ଓ ସଂଶୋଧନ ପ୍ରକ୍ରିୟା ବର୍ତ୍ତମାନ ଚାଲିଥିବା ବେଳେ, ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ନୂତନ ବହି ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
ସଚିବଙ୍କ କହିବା ଅନୁଯାୟୀ, ନୂତନ ପାଠ୍ୟପୁସ୍ତକ ବଣ୍ଟନ ହେବା ପର୍ଯ୍ୟନ୍ତ SCERT ପକ୍ଷରୁ OSEPA ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ପଠାଯାଇଥିବା ସଂଶୋଧିତ ତଥ୍ୟ ଆଧାରରେ ପାଠପଢ଼ା ଜାରି ରହିବ। ସମସ୍ତ ତ୍ରୁଟିର ସଂଶୋଧନ ସମାପ୍ତ ହେବା ପରେ ନୂତନ ପାଠ୍ୟପୁସ୍ତକ ସମସ୍ତଙ୍କ ପାଇଁ ଉପଲବ୍ଧ କରାଯିବ।ସେ ଆହୁରି କହିଛନ୍ତି ଯେ, SCERT ଟିମ୍, ସମ୍ପାଦନା ମଣ୍ଡଳୀ ଓ ଶିକ୍ଷାବିତମାନେ ପାଠ୍ୟପୁସ୍ତକରେ ଥିବା ତ୍ରୁଟିଗୁଡ଼ିକର ସମୀକ୍ଷା କରୁଛନ୍ତି। ବାସ୍ତବରେ ଯେତିକି ତ୍ରୁଟିକୁ ନେଇ ଆଲୋଚନା ହେଉଛି, ସେତିକି ପରିମାଣର ତ୍ରୁଟି ନଥିବା ସେ ସ୍ପଷ୍ଟ କରିଛନ୍ତି।
Powered by Froala Editor