ରଥଯାତ୍ରା ସ୍ପେଶାଲ ଟ୍ରେନ: ଗୋନ୍ଦିଆ ଜଙ୍କସନରୁ ଗଡିବ ପୁରୀ
ଭୁବନେଶ୍ୱର: ଭାରତୀୟ ରେଳପଥ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକଯୋଡ଼ା ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସ୍ପେଶାଲ ଟ୍ରେନ୍ଗୁଡ଼ିକ ହେଲା, ଗୋନ୍ଦିଆ ଜଙ୍କସନ-ପୁରୀ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ୍ ଗୋନ୍ଦିଆ ଜଙ୍କସନରୁ ଜୁଲାଇ ୨, ୯, ୧୬ ଏବଂ ୨୯ରେ ଦିନ ୧ଟା ୩୦ ମିନିଟରେ ଛାଡ଼ିବ ଏବଂ ପରଦିନ ପୂର୍ବାହ୍ଣ ୧୦ଟାରେ ପୁରୀରେ ପହଞ୍ଚିବ। ସେହିପରି ପୁରୀ-ଗୋନ୍ଦିଆ ଜଙ୍କସନ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ୍ ପୁରୀରୁ ଜୁଲାଇ ୩, ୧୦, ୧୭ ଏବଂ ୩୦ରେ ଦିନ ୧ଟାରେ ଛାଡ଼ିବ ଏବଂ ପରଦିନ ସକାଳ ୭ଟାରେ ଗୋନ୍ଦିଆ ଜଙ୍କସନରେ ପହଞ୍ଚିବ।
Powered by Froala Editor