ବିବାହିତା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
ବୈଶିଙ୍ଗା: ମୟୂରଭଞ୍ଜଜିଲ୍ଲା ବେତନଟୀ ଜଗନ୍ନାଥ ମନ୍ଦିର ଠାରୁ ଅନତିଦୂର ଶୁଖିଲାହାର ସାମିଲ ମହୁଲିଆ ଠାରେ ଖୋଲା ପଡ଼ିଆରେ ପଡ଼ିଥିବା ଜନୈକା ଅପରିଚିତା ବିବାହିତା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଶବ ଜବତ ପୂର୍ବକ ବେତନଟୀ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ଖୋଲା ପଡ଼ିଆରେ ଜନୈକା ବିବାହିତା ମହିଳାଙ୍କ ଗଳିତ ମୃତଦେହ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ l ଖବରପାଇ ବେତନଟୀ ଥାନା ଆଇଆଇସି କ୍ରିଷ୍ଣା ପିଙ୍ଗୁଆ ଏବଂ ଏଏସଆଇ ପଞ୍ଚାନନ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସରଜମିନ ତଦନ୍ତ ଆରମ୍ଭ କରିଥିଲେ l ମୃତଦେହଟି ଅତ୍ୟନ୍ତ ଗଳିତ ଅବସ୍ଥାରେ ଥିବା ଏବଂ ପୋକ ସାଲୁବାଲୁ କରୁଥିବାରୁ ପରିଚୟ ମିଳିପାରିନଥିବା ବେଳେ ବିବାହିତା ମହିଳାଙ୍କ ବୟସ ୪୦ରୁ ୪୫ବର୍ଷ ଭିତରେ ହୋଇଥିବାର ଅନୁମାନ କରାଯାଉଛି l
Powered by Froala Editor