ହଷ୍ଟେଲ କିଚେନରେ ହେବ PNG ସଂଯୋଗ
ଭୁବନେଶ୍ୱର: ଏଣିକି ହଷ୍ଟେଲରେ ରୋଷେଇ ପାଇଁ ହେବ PNG ସଂଯୋଗ। ଏନେଇ ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ। ଏଲପିଜି ସଂକଟକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ। ହଷ୍ଟେଲ କିଚେନରେ ରୋଷେଇ ବାଧାପ୍ରାପ୍ତ ନ ହେବାକୁ ପ୍ରାଥମିକତା।
ଯେଉଁ ସବୁ ଶିକ୍ଷାନୁଷ୍ଠାନ ନିକଟରେ ପିଏନଜି ଭିତ୍ତିଭୂମି ରହିଛି, ସେଠାରେ ଯଥାଶୀଘ୍ର ଏହି ସଂଯୋଗ ନେବାକୁ କୁହାଯାଇଛି। ଏହାସହ ଗ୍ୟାସ ବ୍ୟବହାର ବେଳେ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ରହିଛି।
Powered by Froala Editor