ଏହି ଜିଲ୍ଲାରେ ୨୦ ପର୍ୟ୍ୟନ୍ତ ବଢ଼ିଲା ଖରାଛୁଟି
ସୁବର୍ଣ୍ଣପୁର: ଆଜି ହେଉଛି ଖରାଛୁଟିର ଶେଷ ଦିନ। ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ୨୦ ପର୍ୟ୍ୟନ୍ତ ସ୍କୁଲ୍ ଓ କଲେଜଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାରେ ଏବେବି ଅସହ୍ୟ ହିଟ୍ ୱେଭ୍ ଜାରି ରହିଥିବାରୁ ଛୁଟି ଅବଧିକୁ ବୃଦ୍ଧି କରିଛନ୍ତି ଜିଲ୍ଲାପାଳ। ଫଳରେ ଆଉ ଛୁଟି ବୃଦ୍ଧି ନହେଲେ ଜିଲ୍ଲାରେ ଜୁନ୍ ୨୨ ତାରିଖରେ ଖୋଲିପାରେ ସ୍କୁଲ ଓ କଲେଜ। କାରଣ ଜୁନ୍ ୨୧ ତାରିଖଟି ରବିବାର ପଡ଼ୁଛି।
ସ୍କୁଲ୍ ଓ କଲେଜ ସହିତ ସୁବର୍ଣ୍ଣପୁର ଜିଲ୍ଲାର ସବୁ ଅଙ୍ଗନବାଡି କେନ୍ଦ୍ର, ବୈଷୟିକ ଅନୁଷ୍ଠାନ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଜୁନ୍ ୨୦ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବ। ଯଦି ଏହି ସମୟରେ କିଛି ପରୀକ୍ଷା ଥାଏ, ତା’ହେଲେ ସକାଳୁଆ ହେବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି।
Powered by Froala Editor