ଏଆଇ ଟୁଲ୍ ବାବଦରେ ଅପଗ୍ରେଡ୍ ନହେଲେ ଚାଲିଯିବ ଚାକିରି
ଏଆଇ ଲୋକଙ୍କ ସ୍ଥାନ ନେବ ନାହିଁ ବରଂ ଯେଉଁ ଲୋକେ ଏଆଇର ଉପଯୋଗ କରୁନାହାନ୍ତି ସେମାନଙ୍କ ସ୍ଥାନ ଏଆଇ ନେଇଯିବ । ଯେଉଁମାନେ ଏଆଇ ଟୁଲ୍ଗୁଡ଼ିକୁ ନେଇ ବିଜ୍ଞ ସେମାନଙ୍କ ଚାକିରି ସୁରକ୍ଷିତ । ‘ଫ୍ୟୁଚର ଅଫ୍ ଜବ୍ସ ରିପୋର୍ଟ-୨୦୨୫’ ଅନୁସାରେ, ୨୦୩୦ ସୁଦ୍ଧା ଏଆଇ ଯୋଗୁ ୨୨% ନିଯୁକ୍ତି ପ୍ରଭାବିତ ହୋଇପାରେ ।
ଏଆଇର ପ୍ରସାର ଫଳରେ ଦେଶରେ ଆଇଟି, ଆଇନ, ଅନୁବାଦ, ଡିଜାଇନ ଏବଂ ଲାଇବ୍ରେରୀ ବିଜ୍ଞାନ ଭଳି କ୍ଷେତ୍ରଗୁଡ଼ିକ ଲାଗି ରିସ୍କ ବଢ଼ିଗଲାଣି । ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ୍ ଉକ୍ତ ପ୍ରୋଗ୍ରାମଗୁଡ଼ିକୁ ଶେଷ କରିଦେଲାଣି କିମ୍ବା ସଂକୁଚିତ କରିଛି, ଯେଉଁଥିପାଇଁ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ପ୍ରତିବର୍ଷ ଡିଗ୍ରୀ ହାସଲ କରିଥାନ୍ତି । ଅନୁବାଦ କ୍ଷେତ୍ରରେ ୮୮% ରିସ୍କ ରହିଛି । ବିସିଏ ଏବଂ ଏମ୍ସିଏ କ୍ଷେତ୍ରରେ ୮୨%, ଗ୍ରାଫିକ୍ସ(ଡିପ୍ଲୋମା) କ୍ଷେତ୍ରରେ ୭୯%, ଏଲ୍ଏଲ୍ବି/ବିଏ-ଏଲ୍ଏଲ୍ବି କ୍ଷେତ୍ରରେ ୭୦%, ବି.କମ୍/ଏମ୍.କମ୍ କ୍ଷେତ୍ରରେ ୬୧% ଏବଂ ଲାଇବ୍ରେରୀ ବିଜ୍ଞାନ କ୍ଷେତ୍ରରେ ୫୫% ରିସ୍କ ରହିଛି। ଅନ୍ୟପକ୍ଷରେ, ଚୀନ୍ ୨୦୨୧ ଏବଂ ୨୦୨୫ ମଧ୍ୟରେ ନିଜର ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧୨,୨୦୦ରୁ ଅଧିକ ଅଣ୍ଡର୍ଗ୍ରାଜୁଏଟ୍ କୋର୍ସଗୁଡ଼ିକୁ ସମାପ୍ତ କରିଦେଇଛି । ଏହା ୧୦,୨୦୦ ନୂଆ ଏଆଇ କୋର୍ସ ଆରମ୍ଭ କରିଛି ।
ମାନବ ସମ୍ବଳ ସଂସ୍ଥା ଟିମ୍ଲିଜର୍ କହିବାନୁସାରେ, ୪୦% କମ୍ପାନି ହାଇବ୍ରିଡ୍ ଦକ୍ଷତା ବା ଡିଗ୍ରୀ ସହ ଏଆଇ ଟୁଲ୍ ଉପରେ ଜ୍ଞାନକୁ ଅନିବାର୍ଯ୍ୟ କରିଦେଲେଣି । ଆଇଟି ଶିଳ୍ପସଂଘ ନାସ୍କମ୍କ ୨୦୨୪ ରିପୋର୍ଟ ଅନୁସାରେ, ଦେଶରେ ୮୨% ବିସିଏ ଏବଂ ଏମ୍ସିଏ ସ୍ନାତକଙ୍କ ପାଖରେ ଏଆଇ ଟୁଲ୍ର ଔପୋଚାରିକ ତାଲିମ ନାହିଁ ।
Powered by Froala Editor