ପାଟଳିପୁତ୍ର ଷ୍ଟେସନରେ ଟ୍ରେନ୍କୁ ପଥରମାଡ଼
ବିହାର ପାଟଳିପୁତ୍ର ଷ୍ଟେସନରେ ପୋଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଉଥିବା ଆଶାୟୀଙ୍କ ହଙ୍ଗାମା ଦେବାକୁ ମିଳିଥିଲା। ଟ୍ରେନ୍ଟି ସଠିକ ସମୟରେ ନ ଆସି ବିଳମ୍ବରେ ଆସିବାରୁ ଟ୍ରେନ୍କୁ ପଥରମାଡ଼ ସହ ଭଙ୍ଗାରୁଜା କଲେ ଆଶାୟୀ ପରୀକ୍ଷାର୍ଥୀ। ଟ୍ରାକ୍କୁ ଓହ୍ଲାଇ ରେଳରୋକ କରିଥିଲେ ।
ଉତ୍ତ୍ୟକ୍ତ ପରୀକ୍ଷାର୍ଥୀମାନେ ରେଳ ଧାରଣା ଅବରୋଧ କରିବା ସହ ଟ୍ରେନ ଉପରକୁ ପଥରମାଡ଼ ସହ ଭଙ୍ଗାରୁଜା କରିଛନ୍ତି। ଏଥିରେ ପରୀକ୍ଷା ସ୍ପେଶାଲ୍ ଟ୍ରେନର କାଚ ଭାଙ୍ଗିଯାଇଛି। ପଥରମାଡ଼ ଯୋଗୁଁ ସୁରକ୍ଷା ଦାୟିତ୍ୱରେ ଥିବା ଅନେକ ପୋଲିସକର୍ମୀ ଆହତ ହୋଇଛନ୍ତି। ଦୀର୍ଘ ସମୟ ଧରି ପାଟଲିପୁତ୍ର ଷ୍ଟେସନରେ ହଙ୍ଗାମା ଦେଖିବାକୁ ମିଳିଥିଲା।ଏଥିରେ ଆଇଜି ଜିତେନ୍ଦ୍ର ରଣା ସମେତ ଅନେକ ଥାନା ଇନଚାର୍ଜ ଆହତ ହୋଇଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କଲା ପ୍ରଶାସନ।
ସୂଚନାଯୋଗ୍ୟ ଯେ,ବିହାରରେ କେନ୍ଦ୍ରୀୟ ଚୟନ ପରିଷଦ ଦ୍ୱାରା ଆୟୋଜିତ ସିପାହୀ ଭର୍ତ୍ତି ପରୀକ୍ଷା ପାଇଁ ବିଭିନ୍ନ ଜିଲ୍ଲାରୁ ପ୍ରବଳ ସଂଖ୍ୟାରେ ପରୀକ୍ଷାର୍ଥୀ ଷ୍ଟେସନରେ ପହଞ୍ଚିଥିଲେ। ପରୀକ୍ଷା ପାଇଁ ରାତିରେ ଷ୍ଟେସନରେ ଆଶାୟୀଙ୍କ ଭିଡ଼ ଜମିଥିଲା। ଟ୍ରେନ୍ ବିଳମ୍ବ ହେବାରୁ ପରୀକ୍ଷା ଦେଇ ନ ପାରିବା ଆଶଙ୍କାରେ ଆଶାୟୀମାନେ ହଙ୍ଗାମା କରିଥିଲେ।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ବ୍ୟାପକ ବଳ ମୁତୟନ କରିଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ୩ ରାଉଣ୍ଡ ଫାଙ୍କା ଗୁଳିଚାଳନା କରାଯିବା ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରାଯାଇଥିଲା। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବାବେଳେ ଘଟଣାର ତଦନ୍ତ ଚାଲିଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରିଥିଲା ପ୍ରଶାସନ।
Powered by Froala Editor