ସୋମବାର ଖୋଲା ରହିବ ନନ୍ଦନକାନନ
ଭୁବନେଶ୍ଵର : ଆସନ୍ତା ସୋମବାର ଅର୍ଥାତ ୧୫ ତାରିଖ ନନ୍ଦନକାନନ ଖୋଲା ରହିବ ଓ ମଙ୍ଗଳବାର ୧୬ ତାରିଖ ବନ୍ଦ ରହିବ। ସୋମବାର ରଜ ସଂକ୍ରାନ୍ତି ପଡୁଥିବାରୁ ନନ୍ଦନକାନନର ଉଭୟ ( ପ୍ରାଣୀ ଓ ଉଦ୍ଭିଦ) ଉଦ୍ୟାନ ଖୋଲା ରହିବ। ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।
ନନ୍ଦନକାନନର ନିୟମ ଅନୁଯାୟୀ, ନନ୍ଦନକାନନର ଉଭୟ ଉଦ୍ୟାନ ସପ୍ତାହରେ ଗୋଟିଏ ଦିନ ସୋମବାର ବନ୍ଦ ରୁହେ। ତେବେ ଯଦି ସୋମବାର ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସ, ବଡ଼ଦିନ, ନୂଆବର୍ଷ, ଦଶହରା ଓ ରଜ ପଡେ ତେବେ ସେହିଦିନ ନନ୍ଦନକାନନ ଖୋଲା ରହି ପରଦିନ ବନ୍ଦ ରହିବା ନିୟମ ରହିଛି।
Powered by Froala Editor