ଆୟୁଷ୍ମାନ ଯୋଜନା: ଡାକ୍ତରଖାନାରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡରେ ହେବ
ଭୁବନେଶ୍ୱର: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ଅନୁବନ୍ଧିତ ଡାକ୍ତରଖାନାରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ସମସ୍ତ ପ୍ରକାର ପରୀକ୍ଷା ଆୟୁଷ୍ମାନ କାର୍ଡରେ ହେବ। ଏଥିସହ ଡାକ୍ତରଖାନାରୁ ଛାଡ଼ ପାଇବାର ୧୫ ଦିନ ଯାଏ କୌଣସି ପ୍ରକାର ଚିକିତ୍ସା, ପରାମର୍ଶ, ଔଷଧ, ପରୀକ୍ଷା ପାଇଁ ମଧ୍ୟ ଅର୍ଥ ଦେବାକୁ ପଡ଼ିବନାହିଁ। ସେହିପରି ଅେସ୍ତ୍ରାପଚାର ହୋଇଥିବା ରୋଗୀଙ୍କୁ ପରବର୍ତ୍ତୀ ଚିକିତ୍ସା ମଧ୍ୟ ଏହି ଯୋଜନାରେ ବିନା ମୂଲ୍ୟରେ ମିଳିବ। କୌଣସି ଅନୁବନ୍ଧିତ ଡାକ୍ତରଖାନା ଏହି ନିୟମ ବିରୋଧରେ ଯାଇ ରୋଗୀଙ୍କ ଠାରୁ ଅର୍ଥ ଦାବି କରିପାରିବେ ନାହିଁ। ଏହି ମର୍ମରେ ରାଜ୍ୟ ସ୍ବାସ୍ଥ୍ୟ ବୀମା ସମିତିର ସିଇଓ ଡା. ବୃନ୍ଦା ଡି. ସମସ୍ତ ଅନୁବନ୍ଧିତ ଡାକ୍ତରଖାନାକୁ ପତ୍ର ଲେଖି ଅବଗତ କରିଛନ୍ତି। ନିର୍ଦେଶନାମାର ଉଲ୍ଲଙ୍ଘନ କରୁଥିବା ଡାକ୍ତରଖାନା ବିରୋଧରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସମିତି ପକ୍ଷରୁ ଏହି ପ୍ରତରେ ସ୍ପଷ୍ଟ କରାଯାଇଛି।
Powered by Froala Editor