ବଢିବ ଖରାଛୁଟି ଅବଧି !
ଭୁବନେଶ୍ୱର : ବଢିପାରେ ଖରାଛୁଟି ଅବଧି। ଏନେଇ ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ପକ୍ଷରୁ ସୂଚନା ମିଳିଛି। ମନ୍ତ୍ରୀ କହିଛନ୍ତି ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ପୁନଃ ନିଷ୍ପତ୍ତି ନିଆଯିବ। ଜୁନ୍ ୨୨ରେ ସ୍କୁଲ ଖୋଲିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା।
ସୂଚନାନୁଯାୟୀ, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆଗୁଆ ସ୍କୁଲ ଛୁଟି ଘୋଷଣା ହୋଇଥିଲା। ରାଜ୍ୟରେ ଏପ୍ରିଲ ୨୭ରୁ ସମସ୍ତ ସ୍କୁଲ୍ ବନ୍ଦ ରହିଛି। ଏନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ।
Powered by Froala Editor