ଖୁବଶୀଘ୍ର କେରଳ ଛୁଇଁବ ମୌସୁମୀ
ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଦକ୍ଷିଣ-ପଶ୍ଚିମ ମୌସୁମୀ ଯେକୌଣସି ମୁହୂର୍ତ୍ତରେ କେରଳରେ ପହଞ୍ଚିପାରେ। ଦିଲ୍ଲୀ, ଉତ୍ତର ପ୍ରଦେଶ, ବିହାର ଏବଂ ଝାଡ଼ଖଣ୍ଡ ସମେତ ୧୭ଟି ରାଜ୍ୟରେ ପ୍ରବଳ ବର୍ଷା, କୁଆପଥର ଝଡ଼ ଏବଂ ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରେ ପ୍ରବଳ ପବନ ବୋହିବା ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ।
ପୂର୍ବରୁ ମୌସୁମୀ ବାୟୁ ଭାରତର କେରଳମ୍ରେ ଜୁନ୍ ୧ ତାରିଖରେ ପହଞ୍ଚୁଥିଲା, କିନ୍ତୁ ଚଳିତ ବର୍ଷ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ପାଣିପାଗ ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁସାରେ ଜୁନ୍ ୪ ସୁଦ୍ଧା ମୌସୁମୀ କେରଳ ଏବଂ ତାମିଲନାଡୁର କିଛି ଅଂଶକୁ କଭର କରିବ, ଅର୍ଥାତ୍ ଆଗାମୀ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଦେଶରେ ପହଞ୍ଚିବ।
ପାଣିପାଗ ବିଭାଗ ଅନୁଯାୟୀ, ଉତ୍ତର-ପଶ୍ଚିମ, ମଧ୍ୟ ଏବଂ ପୂର୍ବ ଭାରତର ଅନେକ ସ୍ଥାନରେ ୫୦ ରୁ ୭୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପ୍ରବଳ ଝଡ଼ ଏବଂ କୁଆପଥର ବର୍ଷା ହେବାର ସମ୍ଭାବନା ଅଛି। ଦିଲ୍ଲୀ, ହରିୟାଣା ଏବଂ ପଞ୍ଜାବରେ ଜୁନ ୧ ରୁ ଜୁନ ୫ ତାରିଖ ମଧ୍ୟରେ ଝଡ଼ତୋଫାନ ସହିତ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ଜୁନ ୩ ଏବଂ ୪ ରେ, ୫୦-୭୦ କିମି/ଘଣ୍ଟା ବେଗରେ ପ୍ରବଳ ପବନ ବହିପାରେ।
ଓଡିଶାରେ ଜୁନ ୨ ରେ ଘଣ୍ଟା ପ୍ରତି ୭୦ କିମି ବେଗରେ ଝଡ଼ ପବନ ବହିବାର ସମ୍ଭାବନା ଥିବା ବେଳେ ଜୁନ ୩ ରୁ ୫ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଜୁନ ୧ ରୁ ଜୁନ ୭ ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ, ଆସାମ ଏବଂ ମେଘାଳୟରେ ପ୍ରବଳ ବର୍ଷା ଜାରି ରହିବ। ଜୁନ ୪ ରୁ ଜୁନ ୭ ମଧ୍ୟରେ ଆସାମ ଏବଂ ମେଘାଳୟ ପାଇଁ ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି।
Powered by Froala Editor