କଟକ ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ
କଟକ : କଟକ ପ୍ରେସ ଛକ ଠାରେ ଥିବା ମାଛ ମାର୍କେଟ ଓ ବ୍ୟାଙ୍କ ଅଫ ଇଣ୍ଡିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ କଟକ ମହାନଗର ନିଗମର କମିସନର, କଟକ ମେୟର, ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ଓ ଜିଲାପାଳ ପହଞ୍ଚିଛନ୍ତି, ପ୍ରାୟ ପାଖାପାଖି ୧୫ ରୁ ଊର୍ଦ୍ଧ୍ବ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ବ୍ୟାଙ୍କ ଅଫ ଇଣ୍ଡିଆ ସମେତ ମାଛ ମାର୍କେଟ ଓ ଅନ୍ୟ ଗୋଟିଏ ବଡ଼ ଗୋଦାମ ଗୃହ ନିଆଁ କବଳରେ ଆସି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ ହୋଇଛି।
Powered by Froala Editor