ଟିଏମ୍ସି ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟ ଗିରଫ
କଲକାତା: ପଶ୍ଚିମବଙ୍ଗ ପୁଲିସ ଗତ ମଙ୍ଗଳବାର ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତା ତଥା ଉତ୍ତର ଚବିଶ ପ୍ରଗଣା ଜିଲାର ବାଦୁରିଆ ମ୍ୟୁନିସିପାଲିଟି ଅଧ୍ୟକ୍ଷ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କୁ ଗିରଫ କରିଛି। ତାଙ୍କର ବାସଭବନ ଓ ଫାର୍ମହାଉସ ଉପରେ ଚଢଉ ଜାରି ରହିଛି। ଫାର୍ମହାଉସରୁ ନଗଦ ୨.୨୪ କୋଟି ଟଙ୍କା ଜବତ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ଖୋଳତାଡ କରାଯାଉଛି। ଦୀପଙ୍କର ଏହି ଟଙ୍କାକୁ ଅଖା ଓ ଟ୍ରଲି ବ୍ୟାଗ୍ରେ ଭର୍ତ୍ତି କରି ମାଟିରେ ପୋତି ଦେଇଥିଲେ। ଟଙ୍କା ଗଣିବା ପାଇଁ ବ୍ୟାଙ୍କରୁ ମେସିନ ଅଣାଯାଇଛି। ପୋତା ଟଙ୍କା ଠାବ କରିବାକୁ ସନ୍ଧାନୀ କୁକୁରଙ୍କୁ ନିୟୋଜିତ କରାଯାଇଛି। ଜବତ ଟଙ୍କା ପରିମାଣ ୩ କୋଟି ଛୁଇଁବ ବୋଲି ଆଶଙ୍କା କରାଯାଉଛି। ବାସଭବନ ନିକଟରେ ଥିବା ଏକ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରୁ ମଧ୍ୟ ନଗଦ ଟଙ୍କା ଜବତ କରାଯାଇଛି।
Powered by Froala Editor