ବାଇକ୍-ଟ୍ରକ୍ ଧକ୍କା, ୧ମୃତ ଓ ୧ ଗୁରୁତର
ଅନୁଗୋଳ: ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସମାକୋଇ ବ୍ରିଜ ଉପରେ ବାଇକ୍ କୁ ଧକ୍କା ଦେଲା ଟ୍ରକ୍। ଯାହା ଫଳରେ ଜଣେ ମୃତ, ଜଣେ ଗୁରୁତର। ମୃତ ଜଣଙ୍କ ହେଲେ ହେଲେ ତୁରଙ୍ଗ ଗ୍ରାମର ଦୁଖବନ୍ଧୁ ପ୍ରଧାନ ଙ୍କ ପୁଅ ଦୀପକ ପ୍ରଧାନ(୨୭) ଏବଂ ଗୁରୁତର ଜଣ ଙ୍କ ହେଲେ ରାଜକିଶୋରପଡା ଅଞ୍ଚଳର କଷ୍ଟୁ ସାହୁ ଙ୍କ ପୁଅ ରଞ୍ଜନ ସାହୁ (୨୭) । ସୂଚନା ଯେ, ଦୀପକ ଏବଂ ରଞ୍ଜନ କୌଣସି କାମରେ ବାଇକ୍ ଯୋଗେ ପାଲଲହଡ଼ା ଯାଉଥିବା ବେଳେ ସମଲ ସମାକୋଇ ବ୍ରିଜ ଉପରେ ପଛ ରୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଯାହା ଫଳରେ ଟ୍ରକ ଟି ବାଇକ୍ କୁ କିଛି ବାଟ ଘୋଷାଡ଼ି ନେଇ ଟ୍ରକ ପଳାଇ ଯାଇଥିଲା।
ବାଇକ୍ କୁ ଟ୍ରକ୍ ଘୋଷାଡ଼ି ବା ବେଳେ ବାଇକ୍ ଟି ନିଆଁ ଲାଗୀ ଜଳି ଯାଇଥିଲା। ଯାହା ଫଳରେ ଘଟଣା ସ୍ଥଳରେ ହିଁ ଦୀପକ ଙ୍କର ମୃତ୍ୟୁ ଘଟିଥିବା ବେଳେ ରଞ୍ଜନ ଗୁରୁତର ହୋଇ ଯାଇଥିଲେ। ଖବର ପାଇ ସମଲ ପୁଲିସ ପହଞ୍ଚି ମୃତକ ଙ୍କୁ ଉଦ୍ଧାର କରିଥିଲେ।
Powered by Froala Editor