୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍ଜିପିଟି
ଏଆଇ (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ଓପନ୍ ଏଆଇର ଚାଟ୍ଜିପିଟି ୮୦ ବର୍ଷ ପୁରୁଣା ଅସମାହିତ ଗଣିତ ପ୍ରଶ୍ନର ସମାଧାନ କରିଛି । ଚାଟ୍ଜିପିଟି ବୀଜଗାଣିତିକ ସଂଖ୍ୟା ସିଦ୍ଧାନ୍ତ ଭଳି ଅତ୍ୟନ୍ତ ଜଟିଳ ଗାଣିତିକ ସିଦ୍ଧାନ୍ତର ଉପଯୋଗ କଲା, ଯାହା ବିଶେଷଜ୍ଞଙ୍କୁ ସବୁଠୁ ଅଧିକ ଚକିତ କଲା । କାରଣ ପୂର୍ବରୁ କେହି ଭାବିନଥିଲେ ଯେ ଏହି ଜ୍ୟାମିତିକ ସମସ୍ୟା ସହ ତା’ର ସମ୍ବନ୍ଧ ଥାଇପାରେ । ଅର୍ଥାତ୍ ଚାଟ୍ଜିପିଟି କେବଳ ପୁରୁଣା ସୂଚନାକୁ ଦୋହରାଇଲା ତାହା ନୁହେଁ, ବରଂ ଗଣିତର ଦୁଇଟି ଭିନ୍ନ ଭିନ୍ନ କ୍ଷେତ୍ର ମଧ୍ୟରେ ନୂଆ ସମ୍ପର୍କକୁ ମଧ୍ୟ ଦର୍ଶାଇଲା ।
୧୯୪୬ରେ ପ୍ରସିଦ୍ଧ ଗଣିତଜ୍ଞ ପଲ୍ ଏର୍ଡୋସ ଏକ ପ୍ରଶ୍ନ ପଚାରିଥିଲେ ‘ଏକ ସମତଳ ପୃଷ୍ଠରେ କିଛି ବିନ୍ଦୁ ପ୍ରସ୍ତୁତ କରାଯାଉ । ସେହି ବିନ୍ଦୁ ମଧ୍ୟରୁ ଏମିତି କେତେ ଯୋଡ଼ା ହୋଇପାରେ, ଯାହା ମଧ୍ୟରେ ଦୂରତା ଠିକ୍ ୧ ୟୁନିଟ୍ ହୋଇଥିବ?’ ଏହି ପ୍ରଶ୍ନକୁ ‘ପ୍ଲାନାର ୟୁନିଟ୍ ଡିଷ୍ଟାନ୍ସ ପ୍ରୋବ୍ଲେମ୍’ କୁହାଗଲା । ଦୀର୍ଘ ଦଶନ୍ଧି ଧରି ଗଣିତଜ୍ଞଙ୍କ ଧାରଣ ଥିଲା, ସ୍କେ୍ୱୟାର ଗ୍ରିଡ୍ ଅର୍ଥାତ୍ ଚାରିକୋଣିଆ ଜାଲ ଭଳି ସଂରଚନାରୁ ଏହାର ସବୁଠୁ ଠିକ୍ ସମାଧାନ ମିଳିପାରେ । କିନ୍ତୁ ଦୀର୍ଘ ୮୦ ବର୍ଷ ହେଲା ଏହାର ଠିକ୍ ଉତ୍ତର ମିଳିଲା ନାହିଁ । ଏହି ସ୍ଥିତିରେ ଚାଟ୍ଜିପିଟି ଏଭଳି ଅଗଣିତ ଉଦାହରଣ ଖୋଲିଲା ଯେଉଁଥିରେ ପୂର୍ବାପେକ୍ଷା ବହୁତ ଅଧିକ ଦୂରତା ଯୋଡ଼ା ପ୍ରସ୍ତୁତ ହୋଇପାରିବ ।
ପ୍ରସିଦ୍ଧ ବ୍ରିଟିଶ ଗଣିତଜ୍ଞ ଟିମୋଥି ଗୋଅର୍ସ ଏହାକୁ ଗଣିତ ଇତିହାସରେ ମାଇଲଖୁଣ୍ଟ କହିଛନ୍ତି । ଅନ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏବେ ଏଆଇ କେବଳ ମଣିଷକୁ ସାହାଯ୍ୟ କରୁଥିବା ଉପକରଣ ହୋଇନାହିଁ³ ନୂଆ ଓ ମୌଳିକ ବିଚାର ପ୍ରଦାନର କ୍ଷମତା ମଧ୍ୟ ପ୍ରଦର୍ଶନ କରୁଛି । ଏ ମାମଲାରେ ଚାଟ୍ଜିପିଟି ଲମ୍ବା ଓ ଜଟିଳ ଗାଣିତିକ ଦଲିଲ ପ୍ରସ୍ତୁତ କଲା, ଯାହାକୁ ପରେ ବିଶେଷଜ୍ଞମାନେ ଯାଞ୍ଚ କରି ଠିକ୍ ବୋଲି ପାଇଲେ ।
Powered by Froala Editor