ହ୍ବାଇଟ ହାଉସ ନିରାପତ୍ତା ଚେକ୍ ପୋଷ୍ଟ ନିକଟରେ ଗୁଳିକାଣ୍ଡ
ୱାଶିଂଟନ : ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ବାଇଟ ହାଉସ ନିକଟରେ ଶନିବାର ସନ୍ଧ୍ୟାରେ ଗୁଳିକାଣ୍ଡ ଘଟିଥିବା ଜଣାପଡିଛି। ତେବେ ସୁରକ୍ଷା କର୍ମୀଙ୍କ ତୁରନ୍ତ କାର୍ଯ୍ୟାନୁଷ୍ଠାନରେ ଆତତାୟୀ ପ୍ରାଣ ହରାଇଥିବା କୁହାଯାଇଛି। ସୂଚନାଯୋଗ୍ୟ ଜଣେ ବ୍ୟକ୍ତି ହ୍ବାଇଟ ହାଉସ ନିରାପତ୍ତା ଚେକ୍ ପୋଷ୍ଟ ନିକଟରେ ପହଞ୍ଚି ହଠାତ୍ ବ୍ୟାଗରୁ ପିସ୍ତଲ ବାହାର କରିବା ସହ ସେଠାରେ ମୁତୟନ ସୁରକ୍ଷା କର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲା। ତେବେ ସୁରକ୍ଷା କର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ଗୁରୁତର ଆହତ ହୋଇଥିଲା। ଡାକ୍ତରଖାନା ନିଆଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସୁରକ୍ଷା କର୍ମୀ ଓ ଆତତାୟୀ ମଧ୍ୟରେ ଗୁଳି ବିନିମୟ ଚାଲିଥିବାବେଳେ ଜଣେ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ଆକ୍ରମଣ ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଉପସ୍ଥିତ ଥିଲେ।
Powered by Froala Editor