ସ୍ୱଚ୍ଛ ଶକ୍ତି ଗ୍ରହଣୀୟତା ଉପରେ ତୃଣମୂଳ ସ୍ତରରେ ସଚେତନତାକୁ ଆଗେଇ ନେବା ପାଇଁ ‘ଅଭାଦା ଭାରତ ଉଦୟ ଯାତ୍ରା’ ଭୁବନେଶ୍ୱରରେ ପହଞ୍ଚିଲା
ଭୁବନେଶ୍ୱର : ନବୀକରଣଯୋଗ୍ୟ ଶକ୍ତିକୁ ନେଇ ସଚେତନତା ତ୍ୱରାନ୍ୱିତ କରିବାକୁ ନିଜର ଦେଶବ୍ୟାପୀ ଯାତ୍ରାକୁ ଜାରି ରଖି ୧୭.୭ ଜିଡବ୍ଲୁ୍ୟପିରୁ ଅଧିକ ନବୀକରଣଯୋଗ୍ୟ ଶକ୍ତି ପୋର୍ଟଫୋଲିଓ ରହିଥିବା ଭାରତର ଅନ୍ୟତମ ଅଗ୍ରଣୀ ସମନ୍ୱିତ ଶକ୍ତି ରୂପାନ୍ତରଣକାରୀ ଗୋଷ୍ଠୀ ଅଭାଦା ଗ୍ରୁପ୍ ତାହାର ଅଗ୍ରଣୀ ପ୍ରୟାସ ‘ଆଭାଡା ଭାରତ ଉଦୟ ଯାତ୍ରା’ ଭୁବନେଶ୍ୱରକୁ ଆଣିଛି; ଯାହା ନାଗରିକବୃନ୍ଦ ଏବଂ ସ୍ଥାନୀୟ ସହଭାଗୀଙ୍କୁ ଦୀର୍ଘସ୍ଥାୟୀ ଶକ୍ତି ଓ ଜଳବାୟୁ-ସମ୍ବେଦନଶୀଳ ଜୀବନ ନିର୍ବାହକୁ କେନ୍ଦ୍ରକରି ଆଲୋଚନାରେ ନିୟୋଜିତ କରୁଛି ।
୨୦୨୬ ମେ ୮ ତାରିଖରେ ନଏଡାରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ନବୀକରଣଯୋଗ୍ୟ ଶକ୍ତି ଓ ଦୀର୍ଘସ୍ଥାୟୀ ଜୀବନ ନିର୍ବାହକୁ ଆପଣୋଇବା ସମ୍ପର୍କରେ ତୃଣମୂଳ ସ୍ତରରେ ବୋଧଗମ୍ୟତାକୁ ସୁଦୃଢ କରିବା ଏବଂ ତାହାସହିତ ଏକ ସ୍ୱଚ୍ଛ ଓ ଅଧିକ ଆତ୍ମ- ନିର୍ଭରଶୀଳ ଶକ୍ତି ଭବିଷ୍ୟତ ଦିଗରେ ଭାରତର ରୂପାନ୍ତରଣକୁ ସମର୍ଥନ କରିବା ଲକ୍ଷ୍ୟରେ ଦେଶବ୍ୟାପୀ ସଚେତନତା ଅଭିଯାନ ଚଳାଉଛି ।
ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଭ୍ୟାନ୍ ଏପର୍ଯ୍ୟନ୍ତ ଉତ୍ତର ପ୍ରଦେଶ, ଝାଡଖଣ୍ଡ ଏବଂ ଓଡ଼ିଶା ସମେତ ଚାରିଟି ରାଜ୍ୟ ଓ ଚାରିଟି ସହରରେ ପ୍ରାୟ ୨୦୧୦ କିଲୋମିଟର ଯାତ୍ରା କରିସାରିଛି । ଏହା ତଲ୍ଲୀନକାରୀ କ୍ଷେତ୍ରସ୍ତରୀୟ କାର୍ଯ୍ୟକଳାପ ଓ ସର୍ବସାଧାରଣ ନିୟୋଜନତା ପ୍ରୟାସସମୂହ ଜରିଆରେ ଜନସମୁଦାୟଙ୍କ ସହିତ ପ୍ରତ୍ୟକ୍ଷ ଭାବରେ ଯୋଡି ହେବା ଜାରି ରଖିଛି ।
ଏହି ପ୍ରୟାସ ସମ୍ପର୍କରେ ପ୍ରକାଶ କରି ଶ୍ରୀ ଭିନିତ ମିତ୍ତଲ, ଚେୟାରମ୍ୟାନ, ଅଭାଦା ଗ୍ରୁପ୍ କହିଥିଲେ, “ଏବେ ଭାରତରେ ସବୁଜ ଶକ୍ତିକୁ ଆପଣୋଇବା ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସମୟ ଆସିଛି । ବୈଶ୍ୱିକ ଜୀବାଶ୍ମ ଇନ୍ଧନ ଏବଂ ଯୋଗାଣ ଶୃଙ୍ଖଳରେ ଯେଉଁ ସମୟରେ ଭୂରାଜନୈତିକ ଅନିଶ୍ଚିତତା ଏବଂ ବ୍ୟାଘାତ ଶକ୍ତି ବଜାରଗୁଡିକୁ ପ୍ରଭାବିତ କରିବା ଲାଗିରହିଛି, ସେତେବେଳେ ସ୍ୱଚ୍ଛ ଶକ୍ତି ଆଡକୁ ଭାରତର ରୂପାନ୍ତରଣ କେବଳ ପରିବେଶଗତ ଅଗ୍ରାଧିକାରତା ନୁହେଁ, ବରଂ ଶକ୍ତି ନିରାପତ୍ତା ଓ ଆତ୍ମନିର୍ଭରଶୀଳତା ନିମନ୍ତେ ଏହା ଏକ ରଣକୋ÷ଶଳାତ୍ମକ ଅନିବାର୍ଯ୍ୟ ହୋଇପଡିଛି । ଏହି ଯାତ୍ରାରେ ଭାରତ ଏକ ନିର୍ଦ୍ଧାରଣକାରୀ ମୁହୂର୍ତ୍ତରେ ଛିଡାହୋଇଛି ଏବଂ ପରବର୍ତ୍ତୀ ପର୍ଯ୍ୟାୟ ନାଗରିକମାନଙ୍କ ଅଂଶଗ୍ରହଣ ଦ୍ୱାରା ଏହା ପରିଚାଳିତ ହେବାକୁ ପଡିବ । ଅଭାଦା ଭାରତ ଉଦୟ ଯାତ୍ରା ଜରିଆରେ ଆମେ ସ୍ୱଚ୍ଛ ଶକ୍ତିକୁ ଅଧିକ ସୁଲଭ୍ୟ, ସମ୍ପର୍କିତ ଏବଂ କାର୍ଯ୍ୟାନ୍ୱୟନଯୋଗ୍ୟ କରିବାକୁ ଲକ୍ଷ୍ୟ ରଖିଛୁ, ଯେଉଁଥିରେ ସଚେତନତାକୁ ଏକ ରାଷ୍ଟ୍ରବ୍ୟାପୀ ଆନେ୍ଦାଳନରେ ରୂପାନ୍ତରଣ କରାଯିବ ।”
ଭୁବନେଶ୍ୱରରେ ଏହା ଅଟକିବା ସମୟରେ ଏହି ଯାତ୍ରାରେ ନବୀକରଣଯୋଗ୍ୟ ଶକ୍ତି ଚିନ୍ତାଧାରାକୁ ସରଳ କରିବାକୁ ନୁକ୍କଡ ନାଟକ (ପଥପ୍ରାନ୍ତ ନାଟକ), ସ୍ୱଚ୍ଛ ଶକ୍ତିକୁ ନେଇ ରହିଥିବା ସାଧାରଣ ଭ୍ରାନ୍ତଧାରଣା ଦୂର କରିବାକୁ ଆନ୍ତଃକ୍ରିୟାଶୀଳ ସତ୍ୟ ଉନ୍ମୋଚନକାରୀ ଅଧିବେଶନ ଏବଂ ଏକ ଡିଜିଟାଲ ସ୍ୱଚ୍ଛ ଶପଥ ନେବାକୁ ନାଗରିକମାନଙ୍କ ପାଇଁ ସୁଯୋଗ ଯୋଗାଇଦେବା ସମେତ ଏକାଧିକ ନିୟୋଜନକାରୀ କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା, ଯାହା ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ଆଡକୁ ବ୍ୟକ୍ତିଗତ ପ୍ରତିବଦ୍ଧତାକୁ ଉତ୍ସାହିତ କରିଥିଲା ।
ଭୁବନେଶ୍ୱରରେ ଏହାର ସଫଳ ନିୟୋଜନତା ପରେ ଯାତ୍ରା ରାୟପୁରକୁ ତାହାର ଦେଶବ୍ୟାପୀ ଯାତ୍ରା ଜାରି ରଖିବ ଏବଂ ସ୍ୱଚ୍ଛ ଶକ୍ତି ସଚେତନତା ଓ ଦୀର୍ଘସ୍ଥାୟୀ ଜୀବନ ନିର୍ବାହ ଉପରେ ଏହାର ପହଞ୍ଚକୁ ପୁନଃସମ୍ପ୍ରସାରିତ କରିବ ।
“ଅଭାଦା ଭାରତ ଉଦୟ ଯାତ୍ରା”ର ଅଂଶ ଭାବରେ ଦୁଇଟି ସ୍ୱତନ୍ତ୍ର ଭାବରେ ଡିଜାଇନ କରାଯାଇଥିବା ଭ୍ୟାନ୍ ୩୫ ଦିନରୁ ଅଧିକ କାଳ ଧରି ୯ଟି ରାଜ୍ୟ ଓ ୨୭ଟି ସହର ପରିଭ୍ରମଣ କରୁଛି, ଯାହା ସହରଗୁଡିକ ଓ ନାଗରିକମାନଙ୍କ ନିକଟରୁ ଦୀର୍ଘସ୍ଥାୟୀତାର ବାର୍ତ୍ତା ବହନ କରୁଛି ।
ଅଭାଦା ଗ୍ରୁପ୍ର ନବୀକରଣଯୋଗ୍ୟ ଶକ୍ତି ପୋର୍ଟଫୋଲିଓ ୧୭.୭ ଜିଡବ୍ଲୁ୍ୟପିକୁ ଅତିକ୍ରମ କରିସାରିଛି, ଯେଉଁଥିରେ ସମଗ୍ର ଦେଶରେ ୭.୨ ଜିଡବ୍ଲୁ୍ୟପିରୁ ଅଧିକ କାର୍ଯ୍ୟକ୍ଷମ କ୍ଷମତା ଏବଂ ପ୍ରାୟ ୧୦.୫ ଜିଡବ୍ଲୁ୍ୟପି କ୍ଷମତା ନିର୍ମାଣାଧୀନ ରହିଛି । କମ୍ପାନୀ ଆର୍ଥିକ ବର୍ଷ ୨୦୨୫-୨୬ରେ ୨ ଜିଡବ୍ଲୁ୍ୟପିରୁ ଅଧିକ କ୍ଷମତା ଯୋଗକରିଛି, ଯାହା ମଜଭୁତ କାର୍ଯ୍ୟକାରିତାଗତ କ୍ଷମତା ଏବଂ ଦୀର୍ଘସ୍ଥାୟୀ ଅଭିବୃଦ୍ଧି ଗତିଶୀଳତାକୁ ପ୍ରତିଫଳିତ କରୁଛି । ଏହାର ବ୍ୟବସାୟଗୁଡିକ ମଧ୍ୟରେ ନବୀକରଣଯୋଗ୍ୟ ଶକ୍ତି ଉତ୍ପାଦନ, ସୋଲାର ପିଭି ଉତ୍ପାଦନ, ସବୁଜ ଉଦ୍ଯାନ ଏବଂ ତାହାର ଡେରିଭେଟିଭ୍ସ୍ (ଗ୍ରୀନ ଆମୋନିଆ ଓ ଗ୍ରୀନ୍ ମେଥାନଲ୍ ସମେତ), ସବୁଜ ଡାଟା ସେଣ୍ଟର, ପମ୍ପଡ୍ ଷ୍ଟୋରେଜ ପ୍ରକଳ୍ପସମୂହ ଏବଂ ଶକ୍ତି ମହଜୁଦ ସମାଧାନଗୁଡିକ ଅନ୍ତର୍ଭୁକ୍ତ ।
‘ଅଭାଦା ଗ୍ରୀନ୍ ଫୁଏଲ୍ସ’ ସମ୍ପ୍ରତି ତାହାର ବାର୍ଷିକ ୦.୫ ନିୟୁତ ଟନ୍ କ୍ଷମତା (ଏମ୍ଟିପିଏ) ବିଶିଷ୍ଟ ପ୍ରଥମ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ଓଡ଼ିଶାରେ ବିକାଶ ସାଧନ କରୁଛି ଯେଉଁଥିରେ ବିପୁଳ ନବୀକରଣଯୋଗ୍ୟ ଶକ୍ତି ସଂପୃକ୍ତ ରହିଛି । ଆଭାଡା ଏହି ପ୍ରକଳ୍ପ ନିମନ୍ତେ ଭାରତର ପ୍ରଥମ ଡିଜାଇନ- ଷ୍ଟେଜ୍ ପ୍ରମାଣନ ହାସଲ କରିସାରିଛି । ୟୁରୋପୀୟ ପ୍ରମାଣନକାରୀ ସଂସ୍ଥା ଟିୟୁଭି ରେନ୍ଲାଣ୍ଡ୍ ଏହି ପ୍ରକଳ୍ପକୁ ତାହାର ଡିଜାଇନ ପର୍ଯ୍ୟାୟରେ ପ୍ରମାଣପତ୍ର ପ୍ରଦାନ କରିସାରିଛି, ଯାହାର କାର୍ବନ ଇଣ୍ଟେନ୍ସିଟି ଉଭୟ ୟୁରୋପୀୟ ୟୁନିଅନ୍ ଏବଂ ଭାରତ ଦ୍ୱାରା ସବୁଜ ଉଦ୍ଯାନ ଉତ୍ପାଦନ ନିମନ୍ତେ ଧାର୍ଯ୍ୟ ମାନକ ଠାରୁ କମ୍ ରହିବା ଆକଳନ କରାଯାଇଛି ।
Powered by Froala Editor