୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗଞ୍ଜେଇ ଜବତ, ଦୁଇ ମାଫିଆ ଗିରଫ
ଭୁବନେଶ୍ବର : ଓଡ଼ିଶାରୁ ମହାରାଷ୍ଟ୍ରକୁ ଗ୍ରୋସରୀ ବୋଝେଇ ଟ୍ରକ୍ରେ ଗଞ୍ଜେଇ ଚୋରାଚାଲାଣ କରାଯାଉଥିଲା। ମହାରାଷ୍ଟ୍ରର ଗୋଣ୍ଡିଆ ଅଞ୍ଚଳରୁ ବିପୁଳ ଗଞ୍ଜେଇ ନାର୍କୋଟିକ୍ସ କେଣ୍ଟ୍ରାଲ୍ ବ୍ୟୁରୋ(ଏନ୍ସିବି) ଧରିଛି। ଗଞ୍ଜେଇ ଚୋରାଚାଲାଣେର ସମ୍ପୃକ୍ତ ଥିବା ଦୁଇ ଆନ୍ତଃରାଜ୍ୟ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଏମ୍ଡି ପ୍ରକାଶ ଓ ଏନ୍.ଏମ୍ ପଦ୍ମଲାଲ। ଏନ୍ସିବି ସୂଚନା ଅନୁଯାୟୀ, ଦୁଇ ସପ୍ତାହ ତଳେ ମହାରାଷ୍ଟ୍ରରେ ପଞ୍ଜିକୃତ ଏହି ଟ୍ରକ୍ ଓଡ଼ିଶା ଆସିଥିଲା। କନ୍ଧମାଳରୁ ଗଞ୍ଜେଇ ସଂଗ୍ରହ କରି ଟ୍ରକ୍ର ଗୋପନ ଚାମ୍ବରରେ ଭର୍ତ୍ତି କରାଯାଇଥିଲା।
ନାକାବନ୍ଦୀ ସ୍ଥାନରେ ଗ୍ରୋସରୀ ସାମଗ୍ରୀ ବୋଝେଇ ଟ୍ରକ୍ କହି ମାଫିଆ ଖସି ପଳାଉଥିଲେ। ଗୋଣ୍ଡିଆ ଅଞ୍ଚଳରେ ଟ୍ରକ୍କୁ ଅଟକାଇବାରୁ ସେମାନେ ଖସି ପଳାଇବାକୁ ଉଦ୍ୟମ କରୁଥିଲେ। ଟ୍ରକ୍କୁ ଯାଞ୍ଚ ପରେ ସିକ୍ରେଟ୍ ଚାମ୍ବରରୁ ୧୦୦ ପ୍ୟାକେଟ ଗଞ୍ଜେଇ ବାହାରି ଥିଲା। ଜବତ ୭୦୨ କିଲୋ ଗଞ୍ଜେଇ ମୂଲ୍ୟ ୨ କୋଟି ଟଙ୍କାରୁ ଅଧିକ ହେବ। ଗିରଫ ଦୁଇଜଣ ନିୟମିତ ଗଞ୍ଜେଇ ଚାଲାଣ କରୁଥିବା ଏନ୍ସିବିର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Powered by Froala Editor