ଭାରତୀୟ ସ୍ଥଳସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ତିନି ବରିଷ୍ଠ ସେନାଧିକାରୀ ଆହତ
ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ଏକ ଚିତା ହେଲିକପ୍ଟର ବୁଧବାର ଲଦାଖର ତାଙ୍ଗ୍ସେ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବାବେଳେ ତିନିଜଣ ବରିଷ୍ଠ ସେନାଧିକାରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମେଜର ଜେନେରାଲ ସଚିନ ମେହେଟ୍ଟା, ଜଣେ ଲେପ୍ଟନାଣ୍ଟ କର୍ଣ୍ଣେଲ ଓ ଅନ୍ୟ ଜଣେ ମେଜର ପାହ୍ୟା ଅଧିକାରୀ ସାମିଲ ଅଛନ୍ତି। ସଚିନ ମେହେଟ୍ଟା ତୃତୀୟ ଇନ୍ଫାଣ୍ଟ୍ରି ଡିଭିଜନର ଜିଓସି ଭାବେ କାର୍ଯ୍ୟ କରୁଛନ୍ତି।
ଏକ ଇଞ୍ଜିନ ବିଶିଷ୍ଟ ଏହି ହେଲିକପ୍ଟରକୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ଓ ମେଜର ଉଡାଉଥିବାବେଳେ ମେହେଟ୍ଟା ଯାତ୍ରୀ ଆସନରେ ଥିଲେ। ଦୁର୍ଘଟଣା ପରେ ମେହେଟ୍ଟା ଦୁର୍ଘଟଣାସ୍ଥଳରେ ଅନ୍ୟ ଦୁଇ ଅଧିକାରୀଙ୍କ ସହ ଏକ ସେଲ୍ଫି ନେଇଥିବାବେଳେ ଏହା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଲଦାଖ ଭଳି ପାର୍ବତ୍ୟାଞ୍ଚଳରେ ହେଲିକପ୍ଟର କିମ୍ବା ବିମାନ ଦୁର୍ଘଟଣାରୁ ବର୍ତ୍ତିବା ଅଲୌକିକ ଘଟଣା ବୋଲି କୁହାଯାଇଛି।
Powered by Froala Editor