ଦନ୍ତା ହାତୀର ଗଳିତ ମୃତ ଦେହ ଠାବ
ଭବାନୀପାଟଣା: କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଦ୍ଧା ଗାଁ ଠାରୁ ପ୍ରାୟ ୧ କିମି ଦୂରରେ ଏକ ଦନ୍ତା ହାତୀର ଗଳିତ ମୃତ ଦେହ ଠାବ ହେଇଛି। ଆଜି ସକାଳୁ ଗାଁ ଲୋକଙ୍କ ଠାରୁ ଖବର ପାଇ ବନ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ହାତୀଟି କିପରି ମୃତ୍ୟୁବରଣ କଲା ତାର କାରଣ ସ୍ପଷ୍ଟ ହୋଇନାହିଁ। ସୂଚନାଯୋଗ୍ୟ ଏହି ଅଞ୍ଚଳରେ ହାତୀପଲ ନିୟମିତ ଭାବେ ଯାତାୟାତ କରନ୍ତି।
Powered by Froala Editor