ଲୁଚି ଲୁଚି ବିବାହ କଲେ କି କଙ୍ଗନା, ଜାଣନ୍ତୁ କ’ଣ ସତ...
ହିମାଚଳ ପ୍ରଦେଶର ମଣ୍ଡିର ଭାଜପା ଏମ୍ପି ତଥା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଏକ ଭିନ୍ନ ଲୁକ୍ରେ ଦେଖାଯାଇଛି। ଅଭିନେତ୍ରୀ ବିବାହିତ ମହିଳାଙ୍କ ପରି ବେକରେ ମଙ୍ଗଳସୁତ୍ର, ମଥାରେ ବିନ୍ଦି, ହାତରେ ଚୁଡି ପିନ୍ଧିଥିବାର ନଜର ଆସିଛନ୍ତି। ହାଲୁକା ଗୋଲାପୀ ଶୁଟ ପିନ୍ଧି କଙ୍ଗନା ଏକ କୋଠାରୁ ବାହାରି ସିଧା ତାଙ୍କ କାର ଆଡକୁ ଯାଉଥିବାର ଦେଖାଯାଇଛି।
ଏହାପରେ ତାଙ୍କର ବିବାହ ଚର୍ଚ୍ଚା ଜୋର ଧରିଥିଲା । ଅନେକ ପ୍ରଶଂସକ ସେ ଗୋପନରେ ବିବାହ କରିଥିବା ଧରି ନେଇଥିଲେ । ଏପରିକି ତାଙ୍କ ସ୍ୱାମୀଙ୍କ ସଂପର୍କରେ ଜାଣିବାକୁ ଇଣ୍ଟରନେଟ୍ରେ ସର୍ଚ୍ଚ ଆରମ୍ଭ ହୋଇଯାଇଥିଲା । ତେଣୁ ବାଧ୍ୟ ହୋଇ କଙ୍ଗନା ସ୍ପଷ୍ଟୀକରଣ ରଖିଛନ୍ତି ।
ତାଙ୍କ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା ଘେରି ରହିଛି। କଙ୍ଗନାଙ୍କ ନୂଆ ଲୁକ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କିଏ କିଏ କହୁଛନ୍ତି ସେ ଲୁଚିଛପି ବିବାହ କରିସାରିଛନ୍ତି, ଆଉ କିଏ ଏହା ସମ୍ଭବତଃ ଏକ ଫିଲ୍ମ ଶୁଟିଂର ଅଂଶ ହୋଇପାରେ ବୋଲି ମତ ଦେଉଛନ୍ତି।
ଇନ୍ଷ୍ଟାଗ୍ରାମରେ ଏକ ଷ୍ଟୋରି ପୋଷ୍ଟ କରି ସେ କହିଛନ୍ତି, କଳାକାର ମାନେ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରିଥାନ୍ତି । ସେ ଏବେ ଫିଲ୍ମ ସୁଟିଂ ଲାଗି ବହୁ ସ୍ଥାନରେ ବୁଲୁଛନ୍ତି । କେହି ଜଣେ ମେକଅପ୍ରେ ଥିବା ଅବସ୍ଥାରେ ତାଙ୍କର ଏହି ଫଟୋ ଉଠାଇ ତାକୁ ପୋଷ୍ଟ କରିଦେଇଛନ୍ତି । ସେଥିଯୋଗୁ ତାଙ୍କୁ ଅନେକ ସଂଖ୍ୟାରେ ଫୋନ୍ ଆସିଲାଣି । ଏଥିସହ ସେ ଗୋପନ ଭାବେ କେବେହେଲେ ବିବାହ କରିବେ ନାହିଁ ବୋଲି ପ୍ରଂଶସକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଯଦିଓ ଭାଇରାଲ୍ ହେଉଥିବା ଏହି ଲୁକ୍ ତାଙ୍କର କେଉଁ ଫିଲ୍ମ ତାହା ସ୍ପଷ୍ଟ ହୋଇନାହିଁ ତେବେ ତାହା ‘କ୍ୱିନ-୨’ ଫିଲ୍ମର ହୋଇପାରେ ବୋଲି କୁହାଯାଉଛି ।
Powered by Froala Editor