ପୁଣି ହେବ ଟ୍ୱିଶାଙ୍କ ମୃତଦେହ ବ୍ୟବଚ୍ଛେଦ
ଭୋପାଲରେ ମଡେଲ ତ୍ବିଶା ମୃତ୍ୟୁ ମାମଲାରେ ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ ମିଳିଲା ଅନୁମତି। ତ୍ବିଶାଙ୍କ ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ ମଧ୍ୟପ୍ରଦେଶ ହାଇକୋର୍ଟ ଅନୁମତି ଦେଇଛନ୍ତି। ଦ୍ବିତୀୟ ପୋଷ୍ଟମର୍ଟମ ପାଇଁ ଡାକ୍ତର ପଠାଇବାକୁ ଦିଲ୍ଲୀ AIIMSକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଭୋପାଳ ଆସି ଦ୍ବିତୀୟ ପୋଷ୍ଟମର୍ଟମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଗତ ୨୦ ତାରିଖରେ ଟ୍ୱିଶାଙ୍କ ପିତା ନବନିଧି ଶର୍ମା ଅବସରପ୍ରାପ୍ତ ସୈନ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ଭେଟିବାକୁ ଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଏ ନେଇ ଆଶ୍ୱାସନା ଦେଇଥିଲେ । ଅନ୍ୟପକ୍ଷରେ ଟ୍ୱିଶାଙ୍କ ମୃତଦେହର ପୁଣି ବ୍ୟବଚ୍ଛେଦ କରାଯିବ । ମଧ୍ୟପ୍ରଦେଶ ହାଇକୋର୍ଟ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ବାର୍ କାଉନ୍ସିଲ ଟ୍ୱିଶାଙ୍କ ସ୍ୱାମୀ ସମର୍ଥ ସିଂହଙ୍କ ଓକିଲାତିରୁ ନିଲମ୍ବନ କରିଛି ।
ସମର୍ଥ ଶୁକ୍ରବାର ଜବଲପୁର ଜିଲ୍ଲା କୋର୍ଟରେ ଆତ୍ମସମର୍ପଣ କରିବାକୁ ଆସିଥିବା ବେଳେ ତାଙ୍କୁ ଭୋପାଳ ପୁଲିସ ଗିରଫ କରିଛି । କୋର୍ଟ ପରିସରରେ ଘଣ୍ଟାଏ ଧରି ହାଇଡ୍ରାମା ଦେଖିବାକୁ ମିଳିଥିଲା । ସୋମବାର ହାଇକୋର୍ଟ ମାମଲାର ଶୁଣାଣି କରିବେ । ଇତିମଧ୍ୟରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆ (ବିସିଆଇ) ସମର୍ଥଙ୍କ ଲାଇସେନ୍ସ ରଦ୍ଦ କରିଦେଇଛି । ଅପରପକ୍ଷେ ଟ୍ୱିଶାଙ୍କ ଶାଶୁ ତଥା ଅବସରପ୍ରାପ୍ତ ଜଜ୍ ଗିରିବାଳା ସିଂଙ୍କୁ ମିଳିଥିବା ଜାମିନ ରଦ୍ଦ କରାଯିବାକୁ ରାଜ୍ୟ ସରକାର ହାଇକୋର୍ଟରେ ଅପିଲ କରିଛନ୍ତି ।
Powered by Froala Editor