Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, May 23, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଲୁଚି ଲୁଚି ବିବାହ କଲେ କି କଙ୍ଗନା, ...

  • ଅଭିନୟ କରୁଥିଲେ ଆଜୀବନ କଏଦୀ

  • ମୋଦିଙ୍କୁ ଝାଲମୁଢ଼ି ଖୁଆଇଥିବା ...

  • ପୁଣି ହେବ ଟ୍ୱିଶାଙ୍କ ମୃତଦେହ ବ୍ୟବଚ୍ଛେଦ

  • ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ

  • ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ

  • ଆଫଗାନିସ୍ତାନରେ ଶିଶୁ ଟୀକାକରଣ ...

  • ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ...

  • ରାସନକାର୍ଡକୁ ନେଇ ଆସିଲା ନୂଆ ନିୟମ, ...

  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର ...

Home ›› ››ଲୋ- ଭୋଲଟେଜ୍‌ ସମସ୍ୟା ସହ ବିଦ୍ୟୁତ୍‌ କାଟରେ ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକେ

ଲୋ- ଭୋଲଟେଜ୍‌ ସମସ୍ୟା ସହ ବିଦ୍ୟୁତ୍‌ କାଟରେ ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକେ

2026-05-23 05:58:02
14742
Share:
Facebook
Twitter
E-Mail
WhatsApp
Telegram
ଲୋ- ଭୋଲଟେଜ୍‌ ସମସ୍ୟା ସହ ବିଦ୍ୟୁତ୍‌ କାଟରେ ଆଉଟୁପାଉଟୁ ହେଉଛନ୍ତି ସାଧାରଣ ଲୋକେ

ଭୁବନେଶ୍ବର: ରାଜ୍ୟରେ ପ୍ରଚଣ୍ଡ ତାତି ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ ଓ ଲୋ- ଭୋଲଟେଜ୍ ସମସ୍ୟା ତାତିଠାରୁ ବଳି ପଡ଼ୁଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ ଦ୍ବାରା ଜନଅସନ୍ତୋଷ ବଢ଼ିବାରେ ଲାଗିଛି। ବିଗତ ଦିନରେ ବିଦ୍ୟୁତ୍‌ କାଟ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ, ଅଘୋଷିତ ବିଦ୍ୟୁତ୍‌ କାଟ ହେବନାହିଁ। ହେଲେ ଗ୍ରୀଷ୍ମ ଲହରୀ ଏବଂ ଓଭରଲୋଡିଂ ଦର୍ଶାଇ ଅଘୋଷିତ ବିଦ୍ୟୁତ୍‌ କାଟ ଓ ଲୋ- ଭୋଲଟେଜ୍ ସମସ୍ୟା ଉପରୁ ହାତ ଟେକି ଦେଇଛନ୍ତି ରାଜ୍ୟ ସରକାର।

ପ୍ରତିଦିନ ଲୋ- ଭୋଲଟେଜ୍‌ ସମସ୍ୟା ସହ ବିଦ୍ୟୁତ୍‌ କାଟରେ ସାଧାରଣ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଏଥିସହ କାଳବୈଶାଖୀ ହେଲେ କଥା ସରିଲା। ଗାଁକୁ ଗୋଟିଏ ସପ୍ତାହେ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଆସୁନାହିଁ। ବାରମ୍ବାର ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ସତ୍ତ୍ବେ ବିଦ୍ୟୁତ୍‌ ବିତରଣ କର୍ତ୍ତୃପକ୍ଷ ନ ଶୁଣିବାରୁ କେଉଁଠି ଲୋକେ ବିଦ୍ୟୁତ୍‌ ସବ୍‌- ଷ୍ଟେସନ ଘେରିଲେଣି ତ’ ଆଉ କେଉଁଠି ରାସ୍ତା ଅବରୋଧ କଲେଣି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ, ରାଜ୍ୟରେ ଅଘୋଷିତ ବିଦ୍ୟୁତ୍‌ କାଟ ହେବନାହିଁ। ବିଦ୍ୟୁତ୍‌ କାଟ କଲେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଓ ଅଧିକାରୀଙ୍କୁ ଜେଲ ଯିବାକୁ ପଡ଼ିପାରେ। ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓ ମଧ୍ୟ ତାଗିଦା କରିଥିଲେ, କିନ୍ତୁ ଅସହ୍ୟ ଗରମ ଓ ଗୁଳୁଗୁଳି ବେଳେ ଅଘୋଷିତ ବିଦ୍ୟୁତ୍‌ କାଟ ଓ ଲୋ- ଭୋଲଟେଜ୍ ଦାଉ ସାଧୁଛି। ପ୍ରତିବାଦରେ ଲୋକେ ରାସ୍ତାକୁ ଓହ୍ଲାଇବା ସହ ଦୃଢ଼ ପ୍ରତିବାଦ କରୁଛନ୍ତି।

ଭରତପୁର ଅଞ୍ଚଳରେ ବୁଧବାର ରାତିରୁ ବିଦ୍ୟୁତ୍‌ କାଟ ହୋଇଥିବା ସତ୍ତ୍ବେ ପୁନଃ ବିଦ୍ୟୁତ୍‌ ସଂଯୋଗରେ ବିଳମ୍ବ ପରିଲକ୍ଷିତ ହୋଇଛି। ଅନ୍ୟପଟେ ନଖରା- ଖାରବେଳ ଇଷ୍ଟେଟ ଅଞ୍ଚଳରେ କେବୁଲ ପୋଡ଼ିଯିବାରୁ ଗୁରୁବାର ରାତି ୧୧ଟାରୁ ଅଦ୍ୟାବଧି ବିଦ୍ୟୁତ୍‌ ସଂଯୋଗ ଦିଆଯାଇ ପାରିନାହିଁ। ସ୍ଥାନୀୟ ବାସିନ୍ଦା ବିଦ୍ୟୁତ୍‌ ବିତରଣ ସଂସ୍ଥାର କର୍ମଚାରୀ ଓ ଅଧିକାରୀଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ କେହି ଉଠାଇ ନ ଥିଲେ। ଶେଷରେ ସ୍ଥାନୀୟ ଲୋକେ ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରଉ କରିବା ସହ ଧାରଣାରେ ବସିଥିଲେ। ଏନେଇ ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି, ଅଘୋଷିତ ବିଦ୍ୟୁତ୍‌ କାଟ ହେବନି ବୋଲି ପ୍ରତିଶ୍ରୁତି ଦେଇଥିଲୁ, କିନ୍ତୁ ବର୍ତ୍ତମାନ ସାରା ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଯଥାଶୀଘ୍ର ବିଦ୍ୟୁତ୍‌ ପହଞ୍ଚାଇବା ପାଇଁ ଚେଷ୍ଟା କରାଯାଉଛି।

Powered by Froala Editor

Tags Electric

Related articles Odisha News Lens 4.1

  • ପୁଣି ହେବ ଟ୍ୱିଶାଙ୍କ ମୃତଦେହ ବ୍ୟବଚ୍ଛେଦ
    ଦେଶ-ଦେଶାନ୍ତର

    ପୁଣି ହେବ ଟ୍ୱିଶାଙ୍କ ମୃତଦେହ ବ୍ୟବଚ୍ଛେଦ

    13454
    May 23, 2026
  • ଅଭିନୟ କରୁଥିଲେ ଆଜୀବନ କଏଦୀ
    ଦେଶ-ଦେଶାନ୍ତର

    ଅଭିନୟ କରୁଥିଲେ ଆଜୀବନ କଏଦୀ

    13794
    May 23, 2026
  • ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ
    ଦେଶ-ଦେଶାନ୍ତର

    ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ

    14725
    May 23, 2026
  •  ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ...
    ଦେଶ-ଦେଶାନ୍ତର

    ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ...

    14011
    May 22, 2026
  • ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ
    ଦେଶ-ଦେଶାନ୍ତର

    ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

    15403
    May 22, 2026
  • ମୋଦିଙ୍କୁ ଝାଲମୁଢ଼ି ଖୁଆଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ
    ଦେଶ-ଦେଶାନ୍ତର

    ମୋଦିଙ୍କୁ ଝାଲମୁଢ଼ି ଖୁଆଇଥିବା ବ୍ୟକ୍ତିଙ୍କୁ ହତ୍ୟା ଧମକ

    14759
    May 23, 2026
  • NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର
    ଦେଶ-ଦେଶାନ୍ତର

    NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର

    14941
    May 22, 2026
  • ରାସନକାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣନ୍ତୁ କ’ଣ ?
    ଦେଶ-ଦେଶାନ୍ତର

    ରାସନକାର୍ଡକୁ ନେଇ ଆସିଲା ନୂଆ ନିୟମ, ଜାଣନ୍ତୁ କ’ଣ ?

    14082
    May 22, 2026
  • ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ
    ଦେଶ-ଦେଶାନ୍ତର

    ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ

    13609
    May 23, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    NEET ପେପର୍ ଲିକ, ପୁଅ ପାଇଁ ପ୍ରଶ୍ନପତ୍ର କିଣିଥିଲେ ଡାକ୍ତର

    14941
    May 22, 2026
  • ଦେଶ-ଦେଶାନ୍ତର

    ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଲା ଭାରତ

    14011
    May 22, 2026
  • ମନୋରଞ୍ଜନ

    ଲୁଚି ଲୁଚି ବିବାହ କଲେ କି କଙ୍ଗନା, ଜାଣନ୍ତୁ କ’ଣ ସତ...

    15026
    May 23, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16874
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17492
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17540
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17925
    Sep 06, 2023

ବିଶେଷ

  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    14757
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14341
    May 20, 2026
  • ପିଲାମାନେ ଖାଇବା ସମୟରେ ଏଭଳି ବାରମ୍ବାର କରୁଥିଲେ ଜାଣନ୍ତୁ କଣ କରିବେ?

    14465
    May 18, 2026
  • ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହେଲେ କଣ ହୋଇଥାଏ ଜାଣନ୍ତୁ....

    15526
    May 17, 2026
  • ଝିଟିପିଟିକୁ ଦୂର କରିବାକୁ ଚାହାଁନ୍ତି କି, ଆପଣାନ୍ତୁ ଏହି ଉପାୟ.....

    15142
    May 15, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15415
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15158
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15648
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13979
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୧୦ଟି ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ

    15403
    May 22, 2026
  • ଅଭିନୟ କରୁଥିଲେ ଆଜୀବନ କଏଦୀ

    13794
    May 23, 2026
  • ଆଫଗାନିସ୍ତାନରେ ଶିଶୁ ଟୀକାକରଣ କାର୍ଯ୍ୟକ୍ରମକୁ ବୃଦ୍ଧି କରିବା ପାଇଁ ୨୦ଟନ୍ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ପଠାଇଲା ଭାରତ

    14011
    May 22, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In