+୨ ପରୀକ୍ଷା ଫଳ ତ୍ରୁଟି, ଇଂରାଜୀରେ ୧୦୦ ରୁ ୧୦୨ ନମ୍ବର ପାଇଛନ୍ତି ଛାତ୍ର
କଟକ: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ତ୍ରୁଟି ଦେଖିବାକୁ ମିଳିଛି। ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜଣେ ଛାତ୍ର ଇଂରାଜୀରେ ୧୦୦ ରୁ ୧୦୨ ନମ୍ବର ପାଇଛନ୍ତି। ଥିଓରୀରେ ସେ ୮୨ ନମ୍ବର ପାଇଥିବାବେଳେ ଇଣ୍ଟରନାଲ ପରୀକ୍ଷାରେ ୨୦ ନମ୍ବର ମିଳିଛି। ସାମାଜିକ ଗଣମାଧ୍ୟମରେ ସମ୍ପୃକ୍ତ ଛାତ୍ରଙ୍କ ମାର୍କସିଟ୍ ପ୍ରଘଟ ହେବା ପରେ ଏବେ ଚର୍ଚ୍ଚା ବଢ଼ିଛି ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସଇ) ପରୀକ୍ଷା ପରିଚାଳନାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏ ସଂକ୍ରାନ୍ତରେ ଶୁକ୍ରବାର ବିଦ୍ୟାଳୟ କର୍ତ୍ତୃପକ୍ଷ ସିଏଚ୍ଏସଇକୁ ଚିଠି ଦ୍ବାରା ଅବଗତ କରାଇଛନ୍ତି। ତେବେ ସମ୍ପୃକ୍ତ ଛାତ୍ର ୬୦୦ରୁ ୩୬୦ ନମ୍ବର ରଖି ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି।
Powered by Froala Editor